ଅକ୍ଷର ବ୍ୟୁରୋ: ଆଜି ପବିତ୍ର ମହାଶିବରାତ୍ରି । ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ । ଭୋରରୁ ହିଁ ଭକ୍ତଙ୍କ ଗହଳିଚହଳି ଆରମ୍ଭ ହୋଇଯାଇଛି । ଲିଙ୍ଗରାଜଙ୍କ ଠାରୁ ପୁରୀ ଲୋକନାଥ, ଧବଳେଶ୍ୱରରୁ କପିଳାସ, ସବୁଠି ଉଠିବ ମହାଦୀପ । ତେଣୁ ମହାଦେବଙ୍କ ଉପାସନା ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି । ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଆଜି ରାତି ୧୦ଟାରେ ଉଠିବ ମହାଦୀପ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମର ସମ୍ଭାବନା ଥିବାରୁ ସେମାନଙ୍କ ସୁରକ୍ଷା ଏବଂ ଟ୍ରାଫିକ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର । ସୁରକ୍ଷା ଦାୟିତ୍ୱରେ ରହିବେ ୪୧ ପ୍ଲାଟୁନ ଫୋର୍ସ, ୨୦୦ ଅଧିକାରୀ । ନକଲି ପାସ୍ ଧରାପଡ଼ିଲେ ଆକ୍ସନ ହେବ ବୋଲି କହିଛନ୍ତି ପୋଲିସ କମିଶନର ।
ସେପଟେ ଶ୍ରୀକ୍ଷେତ୍ରରେ ବାବା ଲୋକନାଥଙ୍କ ମହାଶିବରାତ୍ରି ବା ଜାଗର ଯାତ୍ରା ନିମନ୍ତେ ବ୍ୟାପକ ଆୟୋଜନ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଓ ଶୃଙ୍ଖଳିତ ଦର୍ଶନ ପାଇଁ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ପୁରୀ ଏସପି କହିଛନ୍ତି । କଟକ ଜିଲ୍ଲାର ଅନ୍ୟତମ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଜାଗର ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଏଠାରେ ଆଜି ରାତି ଗୋଟାଏରେ ଉଠିବ ମହାଦୀପ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।












Leave a Reply