ଅକ୍ଷର ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା । ଦଶମରେ ଦୁଇଟି ବୋର୍ଡ ପରୀକ୍ଷା ନେଇ ସିବିଏସଇ ସ୍ପଷ୍ଟୀକରଣ ରଖିଛି । ଆଜିଠୁ ଆରମ୍ଭ ହେବ ପ୍ରଥମ ବୋର୍ଡ ପରୀକ୍ଷା । ପ୍ରଥମ ବୋର୍ଡ ପରୀକ୍ଷା ଦେଇଥିଲେ ଦ୍ୱିତୀୟ ବୋର୍ଡ ପରୀକ୍ଷା ପାଇଁ ଅନୁମତି ମିଳିବ । ୩ଟି ବିଷୟରେ ଅଧିକ ନମ୍ବର ପାଇଁ ଦ୍ୱିତୀୟ ବୋର୍ଡ ଦେଇପାରିବେ ପରୀକ୍ଷାର୍ଥୀ । ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ, ଲାଙ୍ଗୁଏଜ୍ ପେପର ଭିତରୁ ୩ଟି ଦେଇପାରିବେ । ପ୍ରଥମ ବୋର୍ଡରେ ୩ଟି କିମ୍ବା ତାଠୁ ଅଧିକ ପେପର ଦେଇ ନଥିଲେ ଅନୁମତି ମିଳିବନି । ପ୍ରଥମ ବୋର୍ଡ ପରୀକ୍ଷା ନଦେଲେ ଏସେନସିଆଲ ରିପିଟ ବର୍ଗରେ ରହିବେ । ଏସେନସିଆଲ ରିପିଟ ବର୍ଗରେ ରହିଲେ ସେମାନେ ପରବର୍ଷ ପରୀକ୍ଷା ଦେବେ । ବୋର୍ଡ ପରୀକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ପ୍ରଥମ ବୋର୍ଡ ପରୀକ୍ଷା ବାଧ୍ୟତାମୂଳକ । ଏନେଇ ସିବିଏସଇ ଦଶମର ଦୁଇଟି ବୋର୍ଡ ପରୀକ୍ଷା ନେଇ ସ୍ପଷ୍ଟୀକରଣ କରିଛି ।
ଆଜିଠୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ।












Leave a Reply