ଅକ୍ଷର ବ୍ୟୁରୋ: ଆରମ୍ଭ ହେଲା ବଜେଟ ଅଧିବେଶନର ତୃତୀୟ ଦିନ । ତେବେ ଗୃହ ଆରମ୍ଭରୁ ହୋହଲ୍ଲା ଓ ନାରାବାଜି କରିଛନ୍ତି ବିରୋଧି ।ଫଳରେ ବାଚସ୍ପତି ସୁରମା ପାଢୀ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ରଖିଛନ୍ତି । ମାତ୍ର ୫ ମିନିଟ୍ ପ୍ରଶ୍ନକାଳ ଚାଲିଲା ଭିତରେ ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗରେ ପ୍ରତିବାଦ କଲେ ବିରୋଧୀ । ଚାଷୀ ପ୍ରସଙ୍ଗକୁ ନେଇ ବିଜେଡ଼ି ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ଚାଷୀ ମାରଣନୀତି ଚଳିବ ନାହିଁ ବୋଲି ନାରାବାଜି ଦେଇଛନ୍ତି ବିରୋଧୀ ଦଳର ନେତା । ଯାହାଫଳରେ ପୁଣି ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ରଖାଯାଇଛି । ସେପଟେ ହଟ୍ଟଗୋଳ ଭିତରେ ବି ପ୍ରଶ୍ନର ଉତ୍ତର ରଖିଥିଲେ ମନ୍ତ୍ରୀ । ତେବେ ଆଜି ବି ଗୃହ ସ୍ୱାଭାବିକ ଭାବେ ଚାଲିବ ନା ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି ।
ଗତକାଲି ବିରୋଧୀ ଧାନବସ୍ତା ମୁଣ୍ଡାଇ ଗୃହରେ ପ୍ରତିବାଦ କରିଥିଲେ । ମଧ୍ୟଭାଗରେ ଧାନବସ୍ତା ରଖି ହୋହାଲ୍ଳା କରିବା ସହ ବ୍ୟାନର ଦେଖାଇ ସରକାର ବିରୋଧରେ ନାରାବାଜି କରିଛନ୍ତି । ଗୃହକାର୍ୟ୍ୟ ଆରମ୍ଭ ହେବା କ୍ଷଣି ପ୍ରତିଥର ହୋହଲ୍ଲା କରିଥିଲେ ବିରୋଧୀ । ହଟ୍ଟଗୋଳ ଯୋଗୁଁ ତିନି ଥର ଗୃହ ମୁଲତବୀ ହୋଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଅଧିବେଶନର ଦ୍ୱିତୀୟ ଦିନରେ ମାତ୍ର ୭ ମିନିଟ୍ ଚାଲିଥିଲା ଗୃହକାର୍ଯ୍ୟ । ମଣ୍ଡି ସମସ୍ୟାର ସମାଧାନ ନହେବା ଯାଏଁ ଗୃହକୁ ଚଲାଇ ଦେବେ ନାହିଁ ବୋଲି ଚେତେଇ ଦେଇଛନ୍ତି ବିରୋଧୀ ଦଳର ନେତା । ହେଲେ ଆଜି କଣ ରହିବ ସ୍ଥିତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।












Leave a Reply