ପଳାଶୁଣୀ ହଂସପାଳ ମଧ୍ୟରେ ବଢୁଥିବା ଟ୍ରାଫିକ୍ ଭିଡ କମାଇବାକୁ କେନ୍ଦ୍ର ସଡକ କର୍ତ୍ତୃପକ୍ଷଙ୍କ ବଡ଼ ପଦକ୍ଷେପ ।

ଅକ୍ଷର ବ୍ୟୁରୋ: ପଳାଶୁଣୀରୁ ହଂସପାଳ ମଧ୍ୟରେ ବଢୁଥିବା ଟ୍ରାଫିକ୍ ଭିଡ ଯନ୍ତ୍ରାଣ କମାଇବାକୁ ବଡ଼ ପଦକ୍ଷେପ ନେଇଛି କେନ୍ଦ୍ର ସଡକ କର୍ତ୍ତୃପକ୍ଷ । ଏହି ରାସ୍ତାରେ ଦୀର୍ଘଦିନ ଧରି ସକାଳ ଓ ସନ୍ଧ୍ୟା ସମୟରେ ଭୟାବହ ଟ୍ରାଫିକ୍ ଜାମ୍ ସୃଷ୍ଟି ହେଉଥିଲା । ବିଶେଷକରି କଟକ–ଭୁବନେଶ୍ୱର ମଧ୍ୟରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହା ବଡ଼ ସମସ୍ୟା ହୋଇପଡିଥିଲା । ଭିଡ ନିୟନ୍ତ୍ରଣ କରିବା ପାଇଁ ପଳାଶୁଣୀରେ ଆଉ ଗୋଟିଏ ନୂଆ ବ୍ରିଜ୍ ନିର୍ମାଣ କରାଯିବ ବୋଲି ସୂଚନା ଦେଇଛି ଏନଏଚଏଆଇ । ବର୍ତ୍ତମାନ ୪ ଲେନ୍ ଥିବା ଏହି ରାସ୍ତାକୁ ୬ ଲେନ୍ କରିବା ପ୍ରସ୍ତାବ ରହିଛି । ଏହା ଫଳରେ ଯାନବାହନ ଚଳାଚଳ ଅଧିକ ସହଜ ହେବ ଓ ଟ୍ରାଫିକ୍ ଭିଡ ବହୁ ଅଂଶରେ କମିବ ବୋଲି ଏନଏଚଏଆଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟ ହେବ ବୋଲି ଅଟକଳ କରାଯାଉଛି । ଦେଢ ବର୍ଷ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସାଧାରଣ ଲୋକଙ୍କୁ ଭିଡ଼ ଯନ୍ତ୍ରଣାରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)