ଅକ୍ଷର ସାହିତ୍ୟ ଉତ୍ସବର ଅନ୍ୟତମ ଅତିଥି ତଥା ମୁଖ୍ୟବକ୍ତା ସାହିତ୍ୟିକ ପଦ୍ମଶ୍ରୀ ମହେନ୍ଦ୍ର କୁମାର ମିଶ୍ରଙ୍କ ମୁଖମଣ୍ଡଳରୁ:

ଅକ୍ଷର ବ୍ୟୁରୋ: ଅକ୍ଷର ସାହିତ୍ୟ ଉତ୍ସବର ଅନ୍ୟତମ ଅତିଥି ତଥା ମୁଖ୍ୟବକ୍ତା ଭାବେ ସାହିତ୍ୟିକ ପଦ୍ମଶ୍ରୀ ମହେନ୍ଦ୍ର କୁମାର ମିଶ୍ର ଯୋଗ ଦେଇ ଉତ୍ସବର ଶୋଭା ବଢାଇଥିଲେ । ସେ ନିଜ ଅଭିଭାଷଣ ରଖି କହିଥିଲେ, ମାତୃଭାଷା ବଙ୍ଗଳାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବାଂଲାଦେଶ ସୃଷ୍ଟି ହୋଇଛି । ଧର୍ମ ଆଧାରରେ ପାକିସ୍ଥାନ ସୃଷ୍ଟି ହୋଇଛି । ବଙ୍ଗଳା ଭାଷାର ଉତ୍ଥାନ ପାଇଁ ୫ଜଣ ବଙ୍ଗଳାଭାଷୀ ଜୀବନ ବଳି ଦେଇଥିଲେ । ପରେ ୧୯୭୯ରେ ଭାରତ ସହାୟତାରେ ଏବଂ ବଙ୍ଗ ବନ୍ଧୁ ଶେଖ୍ ମୁଜିବୁର୍ ରହମନ୍‌ଙ୍କ ନେତୃତ୍ୱରେ ଯେଉଁ ଆନ୍ଦୋଳନ ସୃଷ୍ଟି ହୋଇଥିଲା ତାହାର ଫଳଶ୍ରୁତି ହେଉଛି ବାଂଲାଦେଶ । ଢାକାରେ ସେହି ୫ଜଣ ସହିଦଙ୍କ ମିନାର ରହିଛି । ଯେଉଁଠାରେ ପ୍ରତିବର୍ଷ ବାଂଲାଦେଶ ସରକାର ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି । ବାଂଲାଦେଶର ସ୍ୱାଧୀନତା ସଂଗ୍ରାମୀମାନେ ଏବେ ବି ସେମାନଙ୍କ ପୀଡା ପ୍ରକାଶ କରନ୍ତି । ବାଂଲାଦେଶର ୯୮% ଲୋକ ବଙ୍ଗଳା ଭାଷା କହନ୍ତି । ଭାରତବର୍ଷରେ ବହୁ ଭାଷା ଥିଲେ ସୁଦ୍ଧା ବହୁଭାଷୀତା ଆମକୁ ଏକତା ସୂତ୍ରରେ ବାନ୍ଧି ରଖିଛି ।

୧୯୯୬ରେ ଓଡିଶାରେ ବହୁଭାଷୀ ଶିକ୍ଷା ଆରମ୍ଭ ହୋଇଥିଲା । ପିଲାମାନେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ନିଜ ମାତୃଭାଷାରେ ପଢ଼ିବାର ସୁଯୋଗ ପାଇଲେ । ଏହାଦ୍ୱାରା ଆଦିବାସୀ ପିଲାମାନେ ମଧ୍ୟ ନିଜ ମାତୃଭାଷାରେ ପଢ଼ିବାର ସୁଯୋଗ ପାଇପାରିଲେ। ମାତୃଭାଷାରେ ଶିକ୍ଷା ନ ପାଇଲେ ପିଲାଙ୍କ ବୌଦ୍ଧିକ ବିକାଶ ଘଟିପାରିବ ନାହିଁ । ଆଉ ୧୦ବର୍ଷ ପରେ ସତନ୍ତ୍ର ଓଡିଶା ପ୍ରଦେଶର ୧୦୦ବର୍ଷ ପୂର୍ତ୍ତି ପାଳନ କରାଯିବ । ୨୦୨୦ରୁ ଓଡିଶାରେ ଯେଉଁ ଭାଷାଭିତିକ ଶିକ୍ଷାନୀତି ହୋଇଛି ତଦନୁସାରେ ରାଜ୍ୟର ବିଭିନ୍ନ ଅଞ୍ଚଳର ପିଲାମାନେ ନିଜ ମାତୃଭାଷାରେ ଶିକ୍ଷାଲାଭ କରିବାର ସୁଯୋଗ ପାଇବେ । ଏହି ପରିପ୍ରେକ୍ଷୀରେ ଅକ୍ଷର ଅନୁଷ୍ଠାନ ଓଡିଶାର ବିଭିନ୍ନ ଭାଗରେ ସାହିତ୍ୟ ଉତ୍ସବ ପାଳନ କରୁ ବୋଲି ସେ ମତ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)