ଖଣି ଅଫିସରଙ୍କ ଘରେ ଚଢ଼ାଉବେଳେ ମିଳିଲା ନଗଦ ୪ କୋଟି ଟଙ୍କା; ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏବେ ସୁଦ୍ଧା ସବୁଠାରୁ ବଡ଼ ଜବତ ।

ଅକ୍ଷର ବ୍ୟୁରୋ: ସମସ୍ତଙ୍କୁ ଚମକାଇଦେଲା ଭଳି ଘଟଣା । ଖଣି ଅଫିସରଙ୍କ ଘରୁ ମିଳିଲା ନଗଦ ୪ କୋଟି ଟଙ୍କା । ଓଡ଼ିଶା ଭିଜିଲାନ୍ସ ଇତିହାସରେ ସବୁଠାରୁ ବଡ଼ ଜବତ । କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେଵବ୍ରତ ମହାନ୍ତିଙ୍କ ଘରେ ଟଙ୍କାର ପାହାଡ଼ । ଭୁବନେଶ୍ୱର ପଟିଆସ୍ଥିତ ଫ୍ଲାଟରୁ ୪ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ଏବେ ସୁଦ୍ଧା ସବୁଠାରୁ ବଡ଼ ନଗଦ ଟଙ୍କା ଜବତ ବୋଲି କୁହାଯାଉଛି । ଟ୍ରଲି ବ୍ୟାଗ୍ ଏବଂ ଆଲମିରା ଭିତରେ ଲୁଚାଇ ରଖାଯାଇଥିବା ୪ କୋଟିରୁ ଅଧିକ ଟଙ୍କା ମିଳିଛି । ତାଙ୍କ ଅଫିସ୍ ଡ୍ରୟରରୁ ମଧ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ମିଳିଛି । ଟଙ୍କା ଗଣତି ଏବେ ମଧ୍ୟ ଜାରି ରହିଛି । ଭୁବନେଶ୍ୱର ପାହଳଠାରେ ଏକ ଦୁଇ ମହଲା କୋଠା ଏବଂ ପ୍ରାୟ ୧୩୦ ଗ୍ରାମର ସୁନା ଗହଣା ଠାବ ହୋଇଛି । ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ଭୁବନେଶ୍ୱର ଫ୍ଲାଟ୍, ଭଦ୍ରକର ପୈତୃକ ଘର ଏବଂ କଟକ ଅଫିସରେ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଜଣେ ବ୍ୟବସାୟୀଙ୍କୁ କୋଇଲା ଡିପୋରୁ ସୁରୁଖୁରୁରେ କୋଇଲା ପରିବହନ ପାଇଁ ଅନୁମତି ଦେବା ବଦଳରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଇସେନ୍ସପ୍ରାପ୍ତ କୋଇଲା ବ୍ୟବସାୟୀଙ୍କ ଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ଦେଵବ୍ରତ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)