ପରଲୋକରେ ବିଶିଷ୍ଟ ଘୋଡ଼ାନାଚ କଳାକାର ଡକ୍ଟର ଉତ୍ସବ ଚରଣ ଦାସ ।

ଅକ୍ଷର ବ୍ୟୁରୋ: ପରଲୋକରେ ବିଶିଷ୍ଟ ଘୋଡ଼ାନାଚ କଳାକାର ଡକ୍ଟର ଉତ୍ସବ ଚରଣ ଦାସ । ୮୦ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଘୋଡ଼ା ନାଚ ଶୀଳ୍ପୀ ଭାବେ ଭାରତ ସରକାରଙ୍କ ଦ୍ଵାରା ୨୦୨୧ ମସିହାରେରେ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଥିଲେ । ଓଡ଼ିଶାର ପ୍ରାଚୀନ କଳା ଘୋଡ଼ାନାଚକୁ ରାଜ୍ୟ ଏବଂ ଦେଶ ବିଦେଶରେ ପରିବେଷଣ କରୁଥିଲେ ଉତ୍ସବ ଚରଣ ଦାସ । ହଠାତ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ କଟକ ଚୌଦ୍ୱାରର ଏକ ଘରୋଇ ହସ୍ପିଟାଲ ନିଆଯାଇଥିଲା । ଆଜି ସକାଳ ୫ ଟାରେ ଡକ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଉତ୍ସବ ଚରଣ ଦାସ ଓଡ଼ିଶାର ପ୍ରସିଦ୍ଧ ଲୋକନୃତ୍ୟ ଶିଳ୍ପୀ ଥିଲେ, ଯିଏ ଘୋଡା ନାଚକୁ ରାଜ୍ୟ ସୀମା ପରିକ୍ରମା କରାଇ ଜାତୀୟ ଓ ଆନ୍ତର୍ଜାତୀୟ ମଞ୍ଚରେ ପରିଚିତ କରିଥିଲେ । ତାଙ୍କର ଅବିରତ ପ୍ରୟାସ ଓ ସମର୍ପଣ ଏହି ପାରମ୍ପରିକ କଳାକୁ ନୂତନ ମାନ୍ୟତା ଦେଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)