ଅକ୍ଷର ବ୍ୟୁରୋ: ବହୁଚର୍ଚ୍ଚିତ ଓଡିଆ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍ ନିକିତା ହତ୍ୟା ମାମଲାର ଆସିଲା ରାୟ । ନିକିତା ହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଣି । ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କଟକ ଏଡିଜେ-୩ କୋର୍ଟ । ଏହି ମାମଲାରେ ଲିପନର ବାପା ଓ ମାଆ ଖଲାସ ହୋଇଛନ୍ତି । ୨୦୧୯ରେ ନିଜ ଘର ଛାତରୁ ପଡ଼ି ନିକିତାଙ୍କ ମୃତ୍ୟୁ ହୋଇଥିଲା । ପରେ ଆଇପିସି ଧାରା ୩୦୨ରେ ହତ୍ୟା ମାମଲା ରୁଜୁ ହୋଇଥିଲା । ତେବେ ସୂଚନା ଅନୁସାରେ, ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ଓରଫ୍ ନିକିତା ୨୦୧୬ରେ ଲିପନଙ୍କୁ ପ୍ରେମ ବିବାହ କରିଥିଲେ । ଯୌତୁକ ଦାବି କରି ତାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା । ଶାଶୁ ଘରେ ଶାରୀରିକ ଓ ମାନସିକ ନିର୍ଯାତନା ନେଇ ଅଭିଯୋଗ ହୋଇଥିଲା । ୨୦୧୯ ଜାନୁଆରି ୪ରେ ଛାତରୁ ଖସି ପଡ଼ି ଗୁରୁତର ହୋଇଥିଲେ ନିକିତା । ୨୦୧୯ ଜାନୁଆରି ୫ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ୱାମୀ ଲିପନ ଛାତରୁ ଠେଲି ନିକିତାଙ୍କୁ ହତ୍ୟା କରିଥିବା ନିକିତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ୨୦୧୯ ଜାନୁଆରି ୮ରେ ଗିରଫ ହୋଇଥିଲେ ଅଭିଯୁକ୍ତ ସ୍ୱାମୀ ଲିପନ ସାହୁ । ୨୦୨୨ରେ ଜାମିନରେ ମୁକୁଳିଥିଲେ ଲିପନ । ବର୍ତ୍ତମାନ ଲିପନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଜ୍ଜା ଶୁଣାଇଛନ୍ତି କୋର୍ଟ ।
ବହୁଚର୍ଚ୍ଚିତ ଓଡିଆ ଅଭିନେତ୍ରୀ ନିକିତା ହତ୍ୟା ମାମଲାର ଆସିଲା ରାୟ; ଅଭିଯୁକ୍ତ ସ୍ୱାମୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।












Leave a Reply