ଅକ୍ଷର ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଡେରାବିଶ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ । ଛତାଛକ ସ୍ଥିତ କାର୍ଯ୍ୟାଳୟ ଓ ପୈତୃକ ଘର ସମେତ ୭ଟି ସ୍ଥାନରେ ରେଡ୍ । ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ଡେରାବିଶ ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢାଉ କରାଯାଇଛି । କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଭଦ୍ରକ ଓ ଭୁବନେଶ୍ଵରରେ ରେଡ୍ ଚାଲିଛି । ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସପି, ୯ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି । ସହକାରୀ ଯନ୍ତ୍ରୀଙ୍କ ଭୁବନେଶ୍ଵର ବାଲିଅନ୍ତାରେ ଏକ ୪ ମହଲା ଘର ରହିଛି । କଟକ ଚୌଦ୍ଵାରରେ ଦୁଇ ମହଲା ଘର ରହିଛି । ପ୍ରମୋଦ ରାୟଙ୍କ ଘର ଓ ଅଫିସ୍ ସମେତ ଭଦ୍ରକ ଓ ଢେଙ୍କାନାଳରେ ସମ୍ପର୍କୀୟଙ୍କ ଠିକଣାରେ ଭିଜିଲାନ୍ସ ଯାଞ୍ଚ ଚାଲିଛି ।
ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟ ।












Leave a Reply