ରାଜ୍ୟସଭା ନିର୍ବାଚନ ଲାଗି ବିରୋଧିଙ୍କୁ ଘାରିଛି କ୍ରସ୍ ଭୋଟିଂ ଭୟ; ବେଙ୍ଗାଲୁରୁ ଗଲେ କଂଗ୍ରେସର ୯ ଜଣ ବିଧାୟକ ।

ଅକ୍ଷର ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ଲାଗି ବିଜେଡି, କଂଗ୍ରେସକୁ ଘାରିଛି କ୍ରସ୍ ଭୋଟିଂ ଭୟ । ଲୋକମାନେ ମଧ୍ୟ ରାଜ୍ୟସଭା ନିର୍ବାଚନକୁ ନେଇ ବିଶେଷ ଉତ୍ସାହୀ ଅଛନ୍ତି । ଏହାରି ଭିତରେ ସବୁ ଦଳକୁ ବର୍ତ୍ତମାନ କ୍ରସ୍‌ ଭୋଟିଂ ଭୟ ଘାରିଛି । ତେଣୁ ରାଜ୍ୟର ୩ ପ୍ରମୁଖ ଦଳ ନିଜ ବିଧାୟକମାନଙ୍କୁ ନେଇ ରାଜ୍ୟ ସଭା ନିର୍ବାଚନ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ରଖିବାକୁ ସ୍ଥିର କରିଛି । ରାଜ୍ୟସଭା ନିର୍ବାଚନ ଆରମ୍ଭରୁ ତେଜିଛି ରିସର୍ଟ ପଲିଟିକ୍ସ । ଏହା ଭିତରେ ନିଜ ବିଧାୟକଙ୍କୁ ବେଙ୍ଗାଲୁରୁ ରିସର୍ଟକୁ ନେଇଛି କଂଗ୍ରେସ୍ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଗୁରୁବାର ଦଳର ବିଧାୟକ ବିମାନ ଯୋଗେ ବେଙ୍ଗାଲୁରୁ ଗସ୍ତ କରିଛନ୍ତି । ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ରାଜନ ଏକକା, କାଡ୍ରକ ଆପୋଲ ସ୍ବାମୀ, ଅଶୋକ ଦାସଙ୍କ ସମେତ ୯ ଜଣ କଂଗ୍ରେସ ବିଧାୟକଙ୍କୁ ବେଙ୍ଗଲୁରୁକୁ ନିଆଯାଇଛି । ମାତ୍ର ୬ କଂଗ୍ରେସ ବିଧାୟକ ଯଥା ରାମଚନ୍ଦ୍ର କାଡ଼ାମ, ତାରାପ୍ରସାଦ ବାହିନୀପତି, ସୋଫିଆ ଫିର୍‌ଦୋଶ, ଦାସରଥି ଗମାଙ୍ଗ, ସାଗର ଦାସ ଏବଂ ରମେଶ ଜେନା ଗସ୍ତରେ ସାମିଲ ହୋଇନାହାନ୍ତି । ବେଙ୍ଗଲୁରୁରେ ପହଞ୍ଚିବା ପରେ ୬ କଂଗ୍ରେସ ବିଧାୟକଙ୍କୁ ରାମନଗର ସ୍ଥିତ ଏକ ଘରୋଇ ରିସୋର୍ଟସ୍ ରେ ନେଇ ରଖିଛି ଦଳ । ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ସମସ୍ତଙ୍କୁ ଓଡ଼ିଶା ଅଣାଯିବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ବିଜେଡିରୁ ଯେପରି କ୍ରସ୍‌ ଭୋଟିଂ ନ ହୁଏ, ସେଥିପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ନିଜ ବିଧାୟକଙ୍କୁ ତାଗିଦ୍ ପୂର୍ଣ୍ଣ ଚିଠି ଲେଖିଲେ ନବୀନ । ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ବିଜେଡି ବିଧାୟକମାନେ ସା ୫ଟା୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ନବୀନ ନିବାସରେ ରହିବେ । ୧୩ ଏବଂ ୧୪ରେ ରାଜ୍ୟ ସଭା ନିର୍ବାଚନ ସମ୍ପର୍କିତ ବିଷୟ ଉପରେ ଟ୍ରେନିଂ କାର୍ଯ୍ୟକ୍ରମ ହେବ । ୧୫ ତାରିଖରେ ବିଧାୟକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିଚାରକରି କାର୍ଯ୍ୟ କରାଯିବ ବୋଲି ଉଲ୍ଲେଖଥିବା ଚିଠି ସବୁ ବିଧାୟକଙ୍କୁ ନବୀନ ପଠାଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)