ଓଡ଼ିଶାରେ ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍‌ ମଞ୍ଜୁରୀ; ରାମେଶ୍ୱରରୁ ପାରାଦୀପ ୧୬୩ କିମି ରାସ୍ତା ପାଇଁ ମଞ୍ଜୁରୀ

ଅକ୍ଷର ବ୍ୟୁରୋ: ଓଡ଼ିଶାରେ ନୂଆ ଉପକୂଳ ରାଜପଥକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ। ରାମେଶ୍ୱରରୁ ପାରାଦୀପ ନୂଆ କୋଷ୍ଟାଲ ହାଇୱେ ନିର୍ମାଣକୁ ମିଳିଲା ମଞ୍ଜୁରୀ ।ଖର୍ଚ୍ଚ ହେବ ୮ ହଜାର ୩୦୦ କୋଟିରୁ ଅଧିକ ଟଙ୍କା । ଏହି ନୂଆ କୋଷ୍ଟାଲ୍ ହାଇୱେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଦେଇ ଯିବ । ପ୍ରକଳ୍ପର ପ୍ରଥମ ପ୍ୟାକେଜ୍ ରେ ରାମେଶ୍ୱରରୁ ପୁରୀ ଜିଲ୍ଲାର କୋଣାର୍କ ପର୍ଯ୍ୟନ୍ତ ୪ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ହେବ । ଦ୍ୱିତୀୟ ପ୍ୟାକେଜ୍ ରେ କୋଣାର୍କରୁ ପାରାଦୀପ ପର୍ଯ୍ୟନ୍ତ ୨ ଲେନ୍ ସହ ପେଭ୍ଡ୍ ସୋଲ୍ଡର ରାସ୍ତା ନିର୍ମାଣ କରାଯିବ । ଏହି ହାଇୱେରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଯାନବାହନ ଚଳାଚଳ କରିପାରିବ । ରାମେଶ୍ୱରରୁ ପାରାଦୀପ ଯାଏଁ ଯାତ୍ରା ସମୟରେ ଅଢେଇ ଘଣ୍ଟା ହ୍ରାସ ପାଇବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)