ଅକ୍ଷର ବ୍ୟୁରୋ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଞ୍ଜିକା ସମୀକରଣ ବୈଠକ ଶେଷ । ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା । ୨୦୨୬-୨୭ ପାଞ୍ଜି ଏବଂ କ୍ୟାଲେଣ୍ଡରରେ ସମସ୍ତ ତଥ୍ୟ ନିର୍ଭୁଲ ରହିବ । ଶ୍ରୀମନ୍ଦିରରେ ପାଳନ ହେବାକୁ ଥିବା ସମସ୍ତ ପର୍ବପର୍ବାଣି ସଠିକ୍ ଏବଂ ନିର୍ଭୁଲ ପାଇଁ ଆଲୋଚନା ହୋଇଛି । ପାଞ୍ଚଜଣ ପ୍ରକାଶକ ନିର୍ଭୁଲ ତଥ୍ୟ ପଞ୍ଜିକାରେ ପ୍ରକାଶନ କରିବେ । ଅରବିନ୍ଦ ପାଢୀ ଆହୁର କହିଛନ୍ତି ଯେ, ମହାବିଷୁବ ସଂକ୍ରାନ୍ତି ଠାରୁ ସମସ୍ତ ଯାନିଯାତ୍ରା ଆରମ୍ଭ ହୋଇଥାଏ । ୨୦୨୭ ମସିହା ବାଡ଼ି ନୃସିଂହ ବିଜେ ପର୍ଯ୍ୟନ୍ତ ଯାନିଯାତ୍ରା ଓ ପର୍ବପର୍ବାଣି ପ୍ରସ୍ତୁତ ହୋଇଛି । ନିର୍ଭୁଲ ତଥ୍ୟ ପଞ୍ଜିକାରେ ପ୍ରଦାନ ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । କୋହିନୂର, ରାଧାରମଣ, ଭାଗ୍ୟଦୀପ, ଅରୁଣୋଦୟ, ଜିଏନ୍ ତ୍ରୀପାଠୀକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି ।
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଞ୍ଜିକା ସମୀକରଣ ବୈଠକ; ନିର୍ଭୁଲ ତଥ୍ୟ ପଞ୍ଜିକାରେ ପ୍ରକାଶନ ପାଇଁ ପାଞ୍ଚଜଣ ପ୍ରକାଶକଙ୍କୁ ଅନୁମତି ।












Leave a Reply