ଅକ୍ଷର ବ୍ୟୁରୋ: ଦୁବାଇ ଗସ୍ତରେ ଓଡ଼ିଶାର ଶିଳ୍ପ ବିକାଶ ଓ ଆଲୁମିନିୟମ୍ ଶିଳ୍ପର ଆଧୁନିକୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁବାଇର ଜେବେଲ ଅଲୀ ସ୍ଥିତ ଏମିରେଟ୍ସ ଗ୍ଲୋବାଲ ଆଲୁମିନିୟମ୍ (EGA)ର ଉତ୍ପାଦନ କାରଖାନା ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ ଅତ୍ୟାଧୁନିକ ଆଲୁମିନିୟମ୍ ଉତ୍ପାଦନ ପ୍ରଯୁକ୍ତି ଏବଂ ବିଶ୍ୱସ୍ତରୀୟ ଶିଳ୍ପ ପ୍ରଚଳନ ସମ୍ପର୍କରେ ଅବଗତ ହୋଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ NALCO–EGA ଟେକ୍ନୋଲୋଜି ଲାଇସେନ୍ସ ଭାଗିଦାରିତା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ଏହି ସହଭାଗିତା ମାଧ୍ୟମରେ EGAର ବୈଷୟିକ ଦକ୍ଷତା ଏବଂ ଓଡ଼ିଶାରେ NALCOର ଦୃଢ଼ ଆଲୁମିନିୟମ୍ ଉତ୍ପାଦନ ଭିତ୍ତିକୁ ଏକାଠି କରିବାର ସୁଯୋଗ ସୃଷ୍ଟି ହେବ। ପ୍ରସ୍ତାବିତ ଭାଗିଦାରିତା ଆଲୁମିନିୟମ୍ ଶିଳ୍ପର ଆଧୁନିକୀକରଣ ସହିତ ଉତ୍ପାଦନ କ୍ଷମତା ବୃଦ୍ଧିରେ ସହାୟକ ହେବ। ଏଥିସହ କମ୍ କାର୍ବନ୍ ନିର୍ଗମନ ସହିତ ଉତ୍ପାଦନ ଏବଂ ଅଧିକ ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦ ପ୍ରସ୍ତୁତିକୁ ମଧ୍ୟ ଏହି ସହଭାଗିତା ସହାୟତା କରିବ। ଏହି ପରିଦର୍ଶନ ମାଧ୍ୟମରେ ଓଡ଼ିଶାର ଆଲୁମିନିୟମ୍ ଶିଳ୍ପକୁ ଅଧିକ ପ୍ରଯୁକ୍ତିଭିତ୍ତିକ, ଆଧୁନିକ ଓ ପରିବେଶ ଅନୁକୂଳ କରିବା ଦିଗରେ NALCO–EGA ସହଯୋଗକୁ ଆଗକୁ ନେବା ଉପରେ ଫୋକସ୍ କରାଯାଇଛି।












Leave a Reply