ଗେଙ୍ଗୁଟି ନଦୀରେ କୁମ୍ଭୀର ଆତଙ୍କ, ବାଲିକୁଦା ସେତୁ ନିକଟରେ ଭୟ

ଯାଜପୁର: ଗେଙ୍ଗୁଟି ନଦୀରେ କୁମ୍ଭୀର ଆତଙ୍କ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ଗେଙ୍ଗୁଟି ନଦୀର ବାଲିକୁଦା ସେତୁ ନିକଟରେ କୁମ୍ଭୀର ଦେଖାଯିବା ପରେ ଆତଙ୍କିତ ହୋଇପଡ଼ିଛନ୍ତି ସ୍ଥାନୀୟ ଲୋକେ। ଗତକାଲିଠାରୁ ନଦୀରେ କୁମ୍ଭୀରଟିକୁ ଦେଖିବାକୁ ମିଳୁଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କୁମ୍ଭୀରଟି ଦୀର୍ଘ ସମୟ ଧରି ପାଣିରେ ବୁଡ଼ି ରହିବା ପରେ ପୁଣି ଉପରକୁ ଆସୁଥିବା ଦେଖାଯାଇଥିଲା। ନଦୀରେ କୁମ୍ଭୀର ଥିବା ଖବର ପ୍ରଚାର ହେବା ପରେ ନଦୀକୁ ଯାଉଥିବା ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି।

ଖବର ପାଇ ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚିଛନ୍ତି। କୁମ୍ଭୀରର ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ନଜର ରଖାଯାଉଛି। ଏଥିସହ ନଦୀକୁ ନଯିବା ପାଇଁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି। କୁମ୍ଭୀରଟି କେଉଁଠାରୁ ଗେଙ୍ଗୁଟି ନଦୀକୁ ଆସିଛି ଏବଂ ବର୍ତ୍ତମାନ ନଦୀର କେଉଁ ଅଞ୍ଚଳରେ ରହିଛି, ସେନେଇ ବନ ବିଭାଗ ପକ୍ଷରୁ ଅନୁଧ୍ୟାନ ଜାରି ରହିଛି। ନଦୀକୁ ଯାଉଥିବା ସମସ୍ତଙ୍କୁ ସତର୍କ ରହିବା ସହ କୁମ୍ଭୀର ଦେଖିଲେ ନିକଟକୁ ନଯିବାକୁ ପରାମର୍ଶ ଦିଆଯାଇଛି। ସ୍ଥାନୀୟ ଅଞ୍ଚଳରେ କୁମ୍ଭୀରର ଉପସ୍ଥିତିକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଏହାର ଗତିବିଧି ଉପରେ ବନ ବିଭାଗର ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial