ପୁଣି ହିଡେନ୍‌ କ୍ୟାମେରା ପିନ୍ଧି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଭକ୍ତ; ଧରାପଡିବା ପରେ ସିଂହଦ୍ୱାର ଥାନାକୁ ପଠାଯାଇଥିବା ସୂଚନା ।

ଅକ୍ଷର ବ୍ୟୁରୋ: ପୁଣି ହିଡେନ୍‌ କ୍ୟାମେରା ପିନ୍ଧି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଭକ୍ତ । ଚଷମାରେ ହିଡେନ୍‌ କ୍ୟାମେରା ପିନ୍ଧି ଭିତରକୁ ପ୍ରବେଶ କରିଥିବା ଜଣେ ଭକ୍ତ ଶ୍ରୀମନ୍ଦିରର ଜଗମୋହନରୁ ଧରାପଡ଼ିଛନ୍ତି । ତାଙ୍କ ନାମ ଭରତ ପାଣ୍ଡିଆ, ସେ ପ୍ରୋଟକଲରେ ମନ୍ଦିର ଭିତରେ ପ୍ରବେଶ କରିଥିବା ସୂଚନା ମିଳିଛି । ଅବକାଶ ନୀତି ପରେ ଜଗମୋହନରେ ଦର୍ଶନ ଚାଲିଥିବା ସମୟରେ ଭକ୍ତ ଭରତ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧିଥିବା ଜଣାପଡିଥିଲା । ତାଙ୍କୁ ଜେଟିପି ଅଟକ ରଖି ଗାରଦରେ ପଚରାଉଚରା କରିଥିଲା ପରେ କାର୍ଯ୍ୟାଳୟରେ ତାଙ୍କ ଠାରୁ ବିସ୍ତୃତ ତଥ୍ୟ ନିଆଯାଇଥିଲା । 

ଏହା ପରେ ତାଙ୍କୁ ସିଂହଦ୍ବାର ଥାନାକୁ ପଠାଯାଇଥିବା ସୂଚନା ମିଳିଛି । ପୂର୍ବରୁ ବାରମ୍ବାର ହିଡେନ୍‌ କ୍ୟାମେରା ଯୁକ୍ତ ଚଷମା ଜବତ କରାଯାଇଥିଲା । କିନ୍ତୁ କଡାକଡି ଆଇନ ନଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ । ବାରମ୍ବାର ଏହିଭଳି ଘଟଣା ଦେଖିବାକୁ ମିଳୁଛି ପୁରୀ ଶ୍ରୀମନ୍ଦିରରେ । ତେବେ ପ୍ରଶ୍ନ ଉଠୁଛି ଏତେ ଜଣ ହିଡେନ୍‌ କ୍ୟାମେରା ସହ ଧରା ପଡ଼ିବା ପରେ ମଧ୍ୟ କାହିଁକି କଡାକଡି ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)