ଅକ୍ଷର ବ୍ୟୁରୋ: ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ବିଜୁଳି ଘଡ଼ଘଡ଼ି ସହ ଟ୍ୱିନ ସିଟିରେ ବର୍ଷା ମଧ୍ୟ ଦେଖିବାକୁ ମିଳିଛି । ସେହିଭଳି ଖଲ୍ଲିକୋଟ ଅଞ୍ଚଳରେ ରବିବାର ଅପରାହ୍ନରେ ହଠାତ୍ ମାଡ଼ି ଆସିଲା କଳାହାଣ୍ଡିଆ ମେଘ ସହ ପବନ । ଚାହୁଁ ଚାହୁଁ ଉଡ଼ାଇ ନେଲା ଘରର ଟିଣ ସହ ଭାଙ୍ଗି ଦେଇଗଲା ବଡ ବଡ ଗଛ । ଖଲ୍ଲିକୋଟ ଅଂଚଳର ବିଭିନ୍ନ ସ୍ଥାନରେ ଗଛ ଡାଳ ଭାଙ୍ଗି ରାସ୍ତାରେ ପଡ଼ିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇ ଖଲ୍ଲିକୋଟ୍ ସାହିର ୩ଟି ଘରର ଟିଣ ଉଡାଇ ନେଇଛି । ସେହିପରି ଭୁବନେଶ୍ୱର ଠାରୁ ଆସିକାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ନିର୍ମଳଝର ଠାରେ ବିରାଟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ଯାତାୟତରେ ବାଧା ସୃଷ୍ଟି ହୋଇଛି । ଦୁଇ ପାର୍ଶ୍ୱରେ ଗାଡ଼ି ମୋଟର ଅଟକି ରହିଥିବା ଦେଖିବାକୁ ମିଳିଛି । ସେପଟେ ବେଗୁନିଆପଡ଼ା ଅଞ୍ଚଳରେ ବଜ୍ରପାତ୍ ଘଟି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ କୋଦଳା ମେଡ଼ିକାଲରେ ଚିକିତ୍ସା କରାଯାଇ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଏହାସହ ବୌଦ୍ଧ ଜିଲ୍ଲାରୁ ଯୁଜୁମୁରା ଲଗ୍ନ କରିବାକୁ ଯାଉଥିବା ବେଳେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି ।












Leave a Reply