ଅକ୍ଷର ବ୍ୟୁରୋ: ଶନିବାର ଲୋକସେବା ଭବନରେ ‘ବିଶ୍ୱ ପ୍ରାଣିଚିକିତ୍ସା ଦିବସ-୨୦୨୬’ ପାଳନ କରାଯାଇଛି । ଏହି ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ୨୦୩୬ ସୁଦ୍ଧା ଓଡିଶା ଦୁଗ୍ଧ, ଅଣ୍ଡା ଓ ମାଛ ଉତ୍ପାଦନରେ ଆତ୍ମନିର୍ଭରଶିଳ ହେବ । ଏଥିସହିତ ୨୦୪୭ ସୁଦ୍ଧା ଦେଶର ଶୀର୍ଷ ୫ଟି ଦୁଗ୍ଧ ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ସ୍ଥାନ ପକ୍କା କରିବ ଓଡ଼ିଶା । କୃଷକଙ୍କ ସର୍ବାଙ୍ଗୀନ କଲ୍ୟାଣ ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ । ଏଥିପାଇଁ ଅନେକ ଜନହିତକର ଯୋଜନା କାର୍ଯ୍ୟକାରୀ କରାଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସରକାରଙ୍କ ସୁଦୂରପ୍ରସାରୀ ଯୋଜନା ପାଇ ଅନେକ କୃଷକ ସଫଳତାର ଶୀର୍ଷରେ ପହଞ୍ଚିବା ସହ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଏହି ଅବସରରେ ୨୧୯ ନୂତନ ପ୍ରାଣୀ ଚିକିତ୍ସାଳୟ ଓ ଲ୍ୟାବ୍ ପାଇଁ ୧୭୭ କୋଟିର MoU ହୋଇଛି ।
ଆହୁରି ମଧ୍ୟ କହିଛନ୍ତି, ପ୍ରାଣୀଚିକିତ୍ସକମାନେ କଥା କହିପାରୁନଥିବା ପ୍ରାଣୀମାନଙ୍କର ଚିକିତ୍ସା କରନ୍ତି । ପ୍ରକୃତରେ ସେମାନେ ମହାନ। ଜୀବଜନ୍ତୁମାନଙ୍କ ପାଇଁ ସାକ୍ଷାତ ଭଗବାନ ହେଲେ ଆମ Veterinary Doctor । ଓଡ଼ିଶାରେ କୃଷକଙ୍କ ଆୟ ବୃଦ୍ଧି ପାଇଁ କେବଳ ପାରମ୍ପରିକ ଚାଷ ପର୍ଯ୍ୟାପ୍ତ ନୁହେଁ । ମାଛଚାଷ, ଗୋପାଳନ, କୁକୁଡ଼ା ପାଳନ, ଛେଳି-ମେଣ୍ଢା ପାଳନ ପରି ଆନୁଷଙ୍ଗିକ କୃଷିକୁ ଆଗେଇ ନେବା ଆବଶ୍ୟକ । ଆମର ଲକ୍ଷ୍ୟ କେବଳ ଚାଷୀଙ୍କ ଆୟ ଦୁଇଗୁଣ କରିବା ନୁହେଁ, ବହୁଗୁଣିତ କରିବା ।











Leave a Reply