ଚଳଚଞ୍ଚଳ ରଥଖଳା, ତୁମ୍ବ ବିନ୍ଧ ଅନୁକୂଳ ପୂଜା ସମ୍ପନ୍ନ ପରେ ତୁମ୍ବ ବିନ୍ଧ କାର୍ଯ୍ୟ ଆରମ୍ଭ ।

ଅକ୍ଷର ବ୍ୟୁରୋ: ଜୋରସୋର ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ରଥଖଳା । ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଗତକାଲି ତିନିରଥ ମୁଖ୍ୟ ମହାରଣାଙ୍କ ଦ୍ୱାରା ତୁମ୍ବ ବିନ୍ଧ ଅନୁକୂଳ ପୂଜା ସମ୍ପନ୍ନ ପରେ ତୁମ୍ବ ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ତୁମ୍ବରେ ୧୬ ଯୋଡା ବିନ୍ଧ ହୋଇଥାଏ । ସେହିପରି ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକ ମାନେ ତିନିଗୋଟି ଲେଖାଏଁ ଚକ ପାଇଁ ଅର କଣ୍ଟା ପ୍ରସ୍ତୁତ ସହ ତିନି ରଥର ତୁମ୍ବ ପାଇଁ ୪ଟି ପନ୍ଦାରୀବଳା ନିର୍ମାଣ ଶେଷ କରିଛନ୍ତି । ୪୨ ଚକ ପାଇଁ ୪୨ଟି ତୁମ୍ବ ହୋଇଛି। ତୁମ୍ବ ବିନ୍ଧ ପାଇଁ ତୁମ୍ବ ଗୁଡିଡିକରେ ସୂତା ବିନ୍ଧା କାର୍ଯ୍ୟ ଶେଷ ହୋଇଛି। ଆଜି ତୁମ୍ବ ବିନ୍ଧ ଅନୁକୂଳ ପୂଜା ହେବ। କରତି ମହାରଣାଙ୍କ ଦ୍ବାରା ତୁମ୍ବ ଗୁଡିକର ଘେର କଟା କାର୍ଯ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)