ଅକ୍ଷର ବ୍ୟୁରୋ: ଆଜି ସକାଳୁ ସକାଳୁ ବଡ ଅଘଟଣ । ମହାନଦୀରେ ବୁଡି ଯୁବକଙ୍କ ମୃତ୍ୟୁ । ପାରାଦୀପ ଚଉମୁହାଣି ନିକଟରେ ମହାନଦୀରେ ଜାଲ ଟାଣି ମାଛ ଧରୁଥିବା ବେଳେ ଯୁବକ ଜଣକ ପାଣିରେ ବୁଡ଼ି ଯାଇ ମୃତ୍ୟୁବରଣ କରିଛନ୍ତି । କୁଜଙ୍ଗରୁ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା । ମୃତ ବ୍ୟକ୍ତି ପାରାଦୀପଗଡ ଗାଁର ମହେନ୍ଦ୍ର ସେଠି ବୋଲି ଜଣାପଡ଼ିଛି । ମହେନ୍ଦ୍ର ଏବଂ ଅନ୍ୟ ଜଣେ ବ୍ୟକ୍ତି ନଦୀରେ ପଶି ଜାଲ ଟାଣୁଥିଲେ । ହଠାତ୍ ମହେନ୍ଦ୍ର ପାଣିରେ ବୁଡ଼ି ନିଖୋଜ ହୋଇ ଯାଇଥିଲେ । ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କରିଛି କୁଜଙ୍ଗ ଅଗ୍ନିଶମ ବିଭାଗ ।
ମହାନଦୀରେ ବୁଡି ଯୁବକଙ୍କ ମୃତ୍ୟୁ; ମାଛ ଧରୁଥିବା ବେଳେ ଘଟିଛି ଏହି ଅଘଟଣ ।











Leave a Reply