୭ ତାରିଖରେ ଶ୍ରୀମନ୍ଦିରରେ ହେବ କୁମାର ପୂର୍ଣ୍ଣିମା ବ୍ରତ ପାଳନ ।

ଆସନ୍ତା ୭ ତାରିଖ ଅର୍ଥାତ ମଙ୍ଗଳବାର ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ପାଳନ କରାଯିବ । ଏହି ଅବସରରେ ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ମଧ୍ୟରେ ଦ୍ୟୁତକ୍ରୀଡ଼ା ପ୍ରତିଯୋଗିତା ହେବ । ଏଥିସହ ଶ୍ରୀସୁଦର୍ଶନ ଦେବ ଶ୍ରୀମନ୍ଦିରରୁ ବାହାରି ନଗର ପରିକ୍ରମା କରିବେ । ଅନେକ ସ୍ଥାନରେ ୬ ତାରିଖ ସୋମବାର କୁମାର ପୂର୍ଣ୍ଣିମା ପାଳନ ହେଉଛି । ମଙ୍ଗଳବାର ସୂର୍ଯ୍ୟୋଦୟକୁ ପୂର୍ଣ୍ଣିମା ରହିଥିବାରୁ ଶ୍ରୀମନ୍ଦିରରେ ୭ ତାରିଖ କୁମାର ପୂର୍ଣ୍ଣମା ପାଳନ ହେଉଥିବା ସୂଚନା ରହିଛି । ଠାକୁରଙ୍କ ବରିଷ୍ଠ ପାଳିଆ ସେବକ କୁହନ୍ତି, ୬ ତାରିଖ ଦିନ ୧୨ଟା ୨୨ ମିନିଟ୍‌ ପର୍ଯ୍ୟନ୍ତ ରହିଛି ଚର୍ତୁଦ୍ଦଶୀ । ସୂର୍ଯ୍ୟୋଦୟ ହୋଇଛି ଚର୍ତୁଦ୍ଦଶୀରେ । ୭ ତାରିଖ ମଙ୍ଗଳବାର ପୂର୍ଣ୍ଣିମା ରହିଛି ଦିନ ୯ଟା ପ୍ରାୟ ପର୍ଯ୍ୟନ୍ତ । ମୁଖ୍ୟତଃ ସୂର୍ଯ୍ୟୋଦୟକୁ ନେଇ ବଡ଼ଦେଉଳରେ କୁମାର ପୂର୍ଣ୍ଣମୀ ପାଳନ । ହେଲେ ପୂର୍ବ ଏକାଦଶୀଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇସାରିଛି । ମୁକ୍ତିମଣ୍ଡପ ପଣ୍ଡିତ ସଭାର ଉପସଭାପତି ତଥା ବରିଷ୍ଠ ଆଇନ୍‌ଜୀବୀ ଉମାବଲ୍ଲଭ ମହାପାତ୍ର କୁହନ୍ତି, ୬ ତାରିଖ ସନ୍ଧ୍ୟାରେ ପୂର୍ଣ୍ଣିମା ରହିଛି, କିନ୍ତୁ ସକାଳୁ ନାହିଁ । କୁମାର ପୂର୍ଣ୍ଣିମା ପୂଜା ବ୍ରତ ଓ ଓଷା ସମେତ ଚନ୍ଦ୍ର ପୂଜା କଲେ ୬ ତାରିଖ ଠିକ୍‌ । ୭ ତାରିଖ ମଙ୍ଗଳବାର ସନ୍ଧ୍ୟାକୁ କୁମାର ପୂର୍ଣ୍ଣିମା ନାହିଁ । ସେଦିନ ସୂର୍ଯ୍ୟୋଦୟ ତଥା ଦିନ ସମୟରେ ପୂର୍ଣ୍ଣିମା ଲାଗୁଛି । ଏଣୁ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ସୂର୍ଯ୍ୟୋଦୟ ସମୟ ଅନୁସାରେ ନୀତି ପାଳନ ହୁଏ । ହବିଷ୍ୟବ୍ରତଧାରୀ ମଧ୍ୟ ୭ ତାରିଖରୁ ସେମାନଙ୍କ କାର୍ତ୍ତିକ ବ୍ରତ ଆରମ୍ଭ କରୁଥିବା ଶ୍ରୀ ମହାପାତ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)