ଅକ୍ଷର ବ୍ୟୁରୋ: ଦୁବାଇରେ ଓଡ଼ିଶାର ଶିଳ୍ପ ଓ ମାନୁଫାକ୍ଚରିଂ କ୍ଷେତ୍ରକୁ ନେଇ ବଡ଼ ଆଲୋଚନା। Bureau of Middle East Recycling (BMR) Association ଓ JSW Group ସହ ଶିଳ୍ପ ପ୍ରତିନିଧିମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ରାଉଣ୍ଡଟେବୁଲ୍ ଆଲୋଚନା କରିଛନ୍ତି। ଏଥିରେ ମେଟାଲ୍ ରିସାଇକ୍ଲିଂ, ସର୍କୁଲାର ଇକୋନୋମି, ରିସୋର୍ସ ଏଫିସିଏନ୍ସି ଓ ଭାଲ୍ୟୁ-ଆଡେଡ୍ ମାନୁଫାକ୍ଚରିଂ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଆଲୋଚନା ସମୟରେ ଓଡ଼ିଶାର ବିକଶିତ ମେଟାଲ୍ ଓ ମାନୁଫାକ୍ଚରିଂ ଇକୋସିଷ୍ଟମ୍ ସମ୍ପର୍କରେ ଶିଳ୍ପ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଛି। ଏହି ଶିଳ୍ପ ଭିତ୍ତିକୁ ଆଧାର କରି ରାଜ୍ୟରେ ରିସାଇକ୍ଲିଂ, ସେକେଣ୍ଡାରୀ ମେଟାଲ୍ ଓ ସର୍କୁଲାର ଇଣ୍ଡଷ୍ଟ୍ରି କ୍ଷେତ୍ରରେ ନୂଆ ନିବେଶ ଓ ପ୍ରଯୁକ୍ତି ସହଯୋଗର ସମ୍ଭାବନା ଉପରେ ଆଲୋଚନା ହୋଇଛି। ମେଟାଲ୍ ରିସାଇକ୍ଲିଂ ଓ ସର୍କୁଲାର ଇକୋନୋମିକୁ ଆହୁରି ସୁଦୃଢ଼ କରିବା ସହ ରିସୋର୍ସ ଏଫିସିଏନ୍ସି ବଢ଼ାଇବା ଏବଂ ଭାଲ୍ୟୁ-ଆଡେଡ୍ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଉପରେ ଏହି ଆଲୋଚନାରେ ଗୁରୁତ୍ୱ ଦିଆଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳ୍ପପତିମାନଙ୍କୁ ଓଡ଼ିଶା ଆସି ନିବେଶ କରିବାକୁ ଆହ୍ୱାନ କରିଛନ୍ତି। ବିଶେଷକରି ରିସାଇକ୍ଲିଂ, ସେକେଣ୍ଡାରୀ ମେଟାଲ୍ ଓ ସର୍କୁଲାର ଇଣ୍ଡଷ୍ଟ୍ରିରେ ନିବେଶ ସହ ପ୍ରଯୁକ୍ତିଗତ ସହଯୋଗ ପାଇଁ ଓଡ଼ିଶାରେ ଥିବା ସୁଯୋଗକୁ ବ୍ୟବହାର କରିବାକୁ ସେ ଶିଳ୍ପ ପ୍ରତିନିଧିଙ୍କୁ ଆହ୍ୱାନ ଦେଇଛନ୍ତି। ମେଟାଲ୍ ଓ ମାନୁଫାକ୍ଚରିଂ କ୍ଷେତ୍ରରେ ଓଡ଼ିଶାର ଦୃଢ଼ ଇକୋସିଷ୍ଟମ୍କୁ ଆଧାର କରି ନୂଆ ପ୍ରଯୁକ୍ତି, ନିବେଶ ଓ ସର୍କୁଲାର ଇଣ୍ଡଷ୍ଟ୍ରିର ବିକାଶକୁ ଗତି ଦେବା ଦିଗରେ ଏହି ରାଉଣ୍ଡଟେବୁଲ୍ ଆଲୋଚନାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।












Leave a Reply