ଜୁନ୍ ୪ରେ କେରଳମ ଛୁଇଁବ ମୌସୁମୀ

ଅକ୍ଷର ବ୍ୟୁରୋ: ଆସନ୍ତା ଜୁନ୍ ୪ରେ କେରଳମ ଛୁଇଁବ ମୌସୁମୀ ।ଦକ୍ଷିଣ-ପଶ୍ଚିମ ମୌସୁମୀ ୪ରେ କେରଳମ୍ ଛୁଇଁବା ନେଇ ଆଇଏମଡି ଆକଳନ କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ଅଗ୍ରସର ନେଇ ପାଗ ଅନୁକୂଳ ଥିବା ସୂଚନା ମିଳିଛି । ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପୂର୍ବ ଆରବ ସାଗର, ଲାକ୍ଷାଦ୍ବୀପ ଛୁଇଁବା ନେଇ ଆକଳନ କରାଯାଇଛି । ତାମିଲନାଡୁର ପଶ୍ଚିମ ଏବଂ ଦକ୍ଷିଣରେ ୧୫ରୁ ଅଧିକ ଜିଲ୍ଲାରେ ବର୍ଷା ଚେତାବନୀ ଜାରି ହୋଇଛି । କେରଳମ୍ ଛୁଇଁବାର ସପ୍ତାହକରେ ଓଡ଼ିଶା ଛୁଇଁଥାଏ ମୌସୁମୀ । ତେଣୁ ରଜ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)