ଏଣିକି ପୁରୀରୁ ରାଜସ୍ଥାନକୁ ଗଡିବ ଟ୍ରେନ । ଓଡିଶା ଓ ରାଜସ୍ଥାନ ମଧ୍ୟରେ ସାଂସ୍କୃତିକ ଓ ଅର୍ଥନୈତିକ ଅବିବୃଦ୍ଧି ପାଇଁ ପୁରୀ ଲାଲଗଡ ପୁରୀ ଏକ୍ସପ୍ରେସ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି । ଗତକାଲି ସମ୍ପ୍ରସାରିତ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ । ଟ୍ରେନ୍ ଶୁଭାରମ୍ଭ ଅବସରରେ ପୁରୀ ସାଂସଦ ସମ୍ବିତ ପାତ୍ର କହିଛନ୍ତି ଯେ ୧୬୨ କୋଟି ଟଙ୍କା ବ୍ୟୟରେ ପୁରୀ ବିଶ୍ୱସ୍ତରୀୟ ରେଳଷ୍ଟେସନର ନବୀକରଣ କରାଯିବ । ରାଜ୍ୟସଭା ସାଂସଦ ତଥା ରେଲୱେ ଷ୍ଟାଣ୍ଡିଂ କମିଟି ସଦସ୍ୟ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି ଶ୍ରୀମନ୍ଦିର ନିକଟରେ ରେଳବାଇ ତରଫରୁ ଏକ ଟିକେଟ୍ କାଉଣ୍ଟର୍ କରିବାକୁ ରେଳବିଭାଗକୁ ପ୍ରସ୍ତାବ ଦିଆଯାଇଛି । ଏହି ସାପ୍ତାହିକ ଟ୍ରେନଟି ପ୍ରତି ବୁଧବାର ସକାଳ ୬.୩୫ ରେ ପୁରୀ ରେଳଷ୍ଟେସନ ଛାଡି ତା ପର ଦିନ ରାତି ୮ .୩୫ ରେ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଷ୍ଟେସନରେ ପହଞ୍ଚିବ। ପୁରୀ ଏବଂ ଶ୍ରୀ ଗଙ୍ଗାନଗର ଷ୍ଟେସନ ମଧ୍ୟରେ ଏହି ଟ୍ରେନ୍ ମାତ୍ର 9ଟି ଷ୍ଟପେଜ୍ ରେ ରହିବ । ଦେଶ ଗଠନ ସହ ରେଳ ସଂଯୋଗୀକରଣ କ୍ଷେତ୍ରରେ ଏହି ଟ୍ରେନ୍ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ । ପୂର୍ବାଞ୍ଚଳ ଏବଂ ଉତ୍ତରପଶ୍ଚିମାଞ୍ଚଳ ମଧ୍ୟରେ ରେଳ ସଂଯୋଗୀକରଣ କ୍ଷେତ୍ରରେ ଏହି ଟ୍ରେନ୍ ଏକ ମାଇଲଖୁଣ୍ଟ ପାଲଟିବା ସହ ଯାତ୍ରୀଙ୍କୁ ସୁଖଦ ଅନୁଭୂତି ଦେଇପାରିବେ ।
ପୁରୀରୁ ରାଜସ୍ଥାନକୁ ଗଡିବ ପୁରୀ ଏକ୍ସପ୍ରେସ; ପତାକା ଦେଖାଇ ଶୁଭାରମ୍ଭ କଲେ ପୁରୀ ସାଂସଦ ସମ୍ବିତ ପାତ୍ର ।












Leave a Reply