ଅକ୍ଷର ବ୍ୟୁରୋ: ଶ୍ରୀମନ୍ଦିର ବାହାର କାଠ ନିକଟରେ ନାବାଳକକୁ ପୋଲିସର ମାଡ ଅଭିଯୋଗ । ନାବାଳକ କାନରେ ଲାଗିଛି ଗଭୀର ଆଘାତ । ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପୁରୀ ହସ୍ପିଟାଲରେ କରାଯାଇଛି ଭର୍ତ୍ତି । ଖବର ଅନୁଯାୟୀ, ନାବାଳକ ଜଣକ ଭଦ୍ରକ ଭଣ୍ଡାରୀପୋଖରୀ ଅଞ୍ଚଳର । ଶୁକ୍ରବାର ରାତିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପରିବାର ଲୋକଙ୍କ ସହିତ ପୁରୀ ଆସିଥିଲେ ନାବାଳକ । ହେଲେ ନାବାଳକଙ୍କୁ ଶ୍ରୀମନ୍ଦିର ମଧ୍ୟରେ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ଯାହାପରେ ଆକ୍ସନମୋଡ଼କୁ ଆସିଛି ପୋଲିସ । ସିଟି ଡିଏସପି ଓ ସିଂହଦ୍ୱାରା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାସହିତ ଶ୍ରୀମନ୍ଦିର ନାଟ ମଣ୍ଡପରେ ଲାଗିଥିବା ଫୁଟେଜକୁ ବି ଯାଞ୍ଚ କରୁଛି ପୋଲିସ । ତେବେ ନାବାଳକକୁ ପୋଲିସ କିମ୍ବା ଜେଟିପି, କିଏ ମାଡ଼ ମାରିଛନ୍ତି । ସେନେଇ ଜାରି ରହିଛି ତଦନ୍ତ ।
ଶ୍ରୀମନ୍ଦିର ଭିତରେ ନାବାଳକକୁ ପୋଲିସର ମାଡ ଅଭିଯୋଗ; କାନରେ ଗଭୀର ଆଘାତ ଯୋଗୁ ହସ୍ପିଟାଲରେ ଭର୍ତ୍ତି ।












Leave a Reply