ମୟୂରଭଞ୍ଜ ଖୁଣ୍ଟା ଅଞ୍ଚଚଳର ବାଲିଘାଟରୁ ବେଆଇନ ବାଲି ଚାଳନା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସମୟରେ ବାଲି ମାଫିଆ ତଥା ଟ୍ରାକ୍ଟର ମାଲିକ ପହଞ୍ଚି ଟ୍ରାକ୍ଟର ସାଇଡ କରିବା ବାହାନାରେ ବାଲି ବୋଝେଇ ଟ୍ରାକ୍ଟର ନେଇ ଚମ୍ପଟ ମାରିଥିଲା । ପୋଲିସ ତାଙ୍କ ପିଛା କରିବାରୁ ୨୦ କିଲୋମିଟର ବୁଲେଇ ନାକେଦମ କରିଥିଲା ମାଫିଆ । ଗୋଟିଏ ଗାଁରୁ ଅନ୍ୟ ଗାଁ ପଶିବା ସହିତ ଵିଲ ରାସ୍ତା ଦେଇ ଗାଡି ନେଇ ଖସି ଯିବାକୁ ଚେଷ୍ଟା କରିଥିଲା । କିଛି ଘଣ୍ଟାର ଚକା ଭଉଁରୀ ପରେ ବେନିୟମ ଭାବେ ଚୋରା ଚାଲାଣ କରିଥିବା ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲା ପୋଲିସ । ହେଲେ ପୋଲିସ ହାବୁଡ଼ରେ ପଡିବା ଡରରେ ମାଫିଆ ଚିଲିମା ଗ୍ରାମ ନିକଟରେ ଟ୍ରାକ୍ଟର ଛାଡି ଫେରାର ହୋଇଯାଇଥିଲା । ଯାହା ପରେ ପୋଲିସ ଟ୍ରାକ୍ଟରକୁ ଜବତ କରି ଥାନାକୁ ଆଣିଛି । ହେଲେ ଟ୍ରାକ୍ଟର ର କୌଣସି ନମ୍ବର ନାହିଁ ଅର୍ଥାତ ଟ୍ରାକ୍ଟର ଟି ବିନା ନମ୍ବରରେ ଚାଲୁଥିବାର ଜଣାପଡିଛି।
୨୦ କିଲୋମିଟର ବୁଲେଇବା ପରେ ବାଲିମାଫିଆଙ୍କୁ ଧରିଲା ପୋଲିସ।












Leave a Reply