ପୁଣି ଓଲଟିଲା ଯାତ୍ରୀବାହୀ ବସ୍ : ବସ୍ ତଳେ ଚାପିହୋଇ ଚାଲିଗଲା ଜଣଙ୍କ ଜୀବନ

ନବରଙ୍ଗପୁର: ଆଜି ସକାଳୁ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା l ରାଇଘର ଠାରୁ ଜୟପୁର ଯାଉଥିବା MSBT ନାମକ ଏକ ଘରୋଇ ବସ ନବରଙ୍ଗପୁର ସ୍ଥିତ ତାରଗାଁ ଠାରେ ଭାରସ୍ୟାମ ହରେଇ ଓଲଟି ପଡିଛି l ଯାହାଫଳରେ ଘଟଣାସ୍ଥଳରେ ଗାଡି ତଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଗୁରୁତର ଭାବରେ ଆହତ ହୋଇଛନ୍ତି l ସ୍ଥାନୀୟ ଲୋକଙ୍କଠୁ ଯାହା ଜଣାପଡିଛି ବସ୍ ରେ ପ୍ରାୟ ତିରିଶରୁ ଅଧିକ ଲୋକ ଯାତ୍ରା କରୁଥିଲେ l ତେବେ ବସ୍ ଟି ନିଜ ଷ୍ଟାଣ୍ଡରୁ ବାହାରି କିଛି ବାଟ ଆଗକୁ ଯାଇ ଏମିତି ଦୁର୍ଘଟଣା ର ଶିକାର ହୋଇଛି l ବର୍ତ୍ତମାନ ସୁଦ୍ଧl ସମସ୍ତ ଆହତଙ୍କୁ ଉଦ୍ଧାର କରି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l

ତେବେ ଏଯାଏଁ ସ୍ପଷ୍ଟ ହୋଇନାହିଁ କି, ବସ୍ ଟି ସତରେ ଭାରସାମ୍ୟ ହରେଇ ଓଲଟି ପଡିଛି କି, ଡ୍ରାଇଭର ର ବେପାରୁଆ ଗାଡି ଚାଳନା ପାଇଁ ଏ ଘଟଣା ଘଟିଛି l ଆଜିକାଲି ଯେଉଁଭଳି ଭାବେ ଆକ୍ସିଡ଼େଣ୍ଟ ହେଉଛି ସେଥିରେ ଏ ଡ୍ରାଇଭରମାନଙ୍କ ଶତପତିସତ ଭୁଲ ରହୁଛି l କିଏ ନିଶା ସେବନ କରି ଗାଡି ଚଲାଉଛି ତ କିଏ ରାସ୍ତା ର ନିୟମ ଉଲ୍ଲଘଂନ କରି ଗାଡି ଚଲାଉଛି l ଯାହାଫଳରେ ଏହିଭଳି ସଡକ ଦୁର୍ଘଟଣା ଘଟୁଛି l

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)