ହୋଲିରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୦ରୁ ଅଧିକ ।

ଅକ୍ଷର ବ୍ୟୁରୋ: ରଙ୍ଗ ପର୍ବ ହୋଲିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ । ମୃତ୍ୟୁ ସଂଖ୍ୟା ୧୦ରୁ ଅଧିକ । କେଉଁଠି ସଡ଼କ ଦୁର୍ଘଟଣା ତ କେଉଁଠି ଗାଧୋଇବା ବେଳେ ଅଘଟଣ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଦୁଲି ଛକ ନିକଟରେ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବାରୁ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ଅଛି । ସମସ୍ତ ମୃତକ ଗୋଛାପଡ଼ା ଥାନା ପାଙ୍ଗା ଅଞ୍ଚଳର । ହୋଲି ଖେଳିବା ପାଇଁ ଗୋଟିଏ ବାଇକରେ ୪ ଜଣ ଯାଉଥିବା ବେଳେ ଆଉ ଏକ ବାଇକ ସହ ସାମ୍ନାସାମ୍ନି ଧକ୍କା ହୋଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)