ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି; ଭିତର କାଠ ନିକଟରେ ଖଙ୍କାର ପଡିଥିବାରୁ ବଡ଼ ମହାସ୍ନାନ ନିଷ୍ପତ୍ତି ।

ଅକ୍ଷର ବ୍ୟୁରୋ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି । ଶ୍ରୀମନ୍ଦିରରେ ଖଙ୍କାର ପଡିଥିବାର ଦେଖିଲା ପରେ ତୁରନ୍ତ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଛି । ଯେଉଁଥିଲାଗି କିଛି ସମୟ ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ପରେ ନୀତି ସଂପନ୍ନ ହେବା ପରେ ଦର୍ଶନ ସ୍ୱାଭାବିକ ହୋଇଛି । ଖବର ଅନୁଯାୟୀ, ମହାପ୍ରଭୁଙ୍କ ସକାଳ ଧୂପ ପରେ ଶ୍ରୀମନ୍ଦିର ଭିତର କାଠ ନିକଟରେ ଖଙ୍କାର ପଡିଥିବାର ଦେଖିଥିଲେ ସେବାୟତ । ସେବାୟତମାନେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ । ଏହାପରେ ତୁରନ୍ତ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ହେବାକୁ ନିଷ୍ପତ୍ତି ନିଆଯାଇଥିଲା । ଯେଉଁଥି ପାଇଁ କିଛି ସମୟ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଠାକୁରଙ୍କ ବଡ଼ ମହାସ୍ନାନ ନୀତି ସରିବା ପରେ ଅନ୍ୟାନ୍ୟ ନୀତି କାନ୍ତି ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)