ପୁରୀ ରଥଯାତ୍ରା ପାଇଁ ନୟାଗଡ଼ରୁ ପୁରୀ ଅଭୀମୁଖେ ଗଲା ରଥ କାଠ ।

ଅକ୍ଷର ବ୍ୟୁରୋ: ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରୁ ମଙ୍ଗଳାର ୩ଟି ଟ୍ରକ୍‌ରେ ଅସନ ୪୦, ଧଉରା ୪୩ ଓ ମତରେ ୮୩ ଖଣ୍ଡ ରଥ କାଠ ପୁରୀ ଅଭୀମୁଖେ ଯାତ୍ରା କରିଛି । ଏନେଇ ଦଶପଲ୍ଲା ମହାବୀର ମନ୍ଦିର ପ୍ରାଙ୍ଗଣରେ ସକାଳେ ବିଭାଗୀୟ ଅଧିକାରୀଙ୍କ ସମେତ ସ୍ଥାନୀୟ ବହୁ ଜନସାଧାରଣ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇଥିଲା । ଅନ୍ୟପକ୍ଷେ ଟ୍ରକରେ ଯାଇଥିବା ରଥକାଠ ନୟାଗଡ଼ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବା ପରେ ସେଠାରେ ମଧ୍ୟ ପୂଜା କରାଯାଇଛି । ଏଠାରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଦେବର୍ଚ୍ଚନ ବେହେରା ପୂଜାରେ କର୍ତ୍ତାହୋଇ ବସିଥିବାବେଳେ ମହାନଦୀ ବନ୍ୟ ପ୍ରାଣୀ ଡିଏଫଓ, ଏସିଏଫ୍‌ ହିମାଂଶୁ ମୁଦୁଲି ସମେତ ବନ କର୍ମଚାରୀ ଉପସ୍ଥିତ ଥିଲେ । ପରେପରେ ରଥକାଠ ଟ୍ରକ୍‌ ପୁରୀ ଅଭୀମୁଖେ ଯାତ୍ରା କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)