ଅକ୍ଷର ବ୍ୟୁରୋ: କେନ୍ଦ୍ରାପଡ଼ା ପାଟକୁରା ଅଞ୍ଚଳରେ କଲେଜ ଛାତ୍ରୀଙ୍କୁ ଅପହରଣ । ପାଟକୁରା ଥାନା ଯମୁନାବାଦ ଗଡ଼ାରୁ କଲେଜ ଛାତ୍ରୀଙ୍କୁ ଅପହରଣ କରି ନେଇଛନ୍ତି ଦୁର୍ବୃତ୍ତ । କାରରେ ତିନି ଜଣ ଯୁବକ ଅପହରଣ କରି ନେଇଥିବା ସୂଚନା । କୋଚିଂ ସାରି ଘରକୁ ଫେରୁଥିବା ବେଳେ ହୋଇଥିଲା ଅପହରଣ । ଦୁଇ ଜଣ ଯୁବତୀ କୋଚିଂରୁ ଫେରୁଥିବା ବେଳେ ଅଟକାଇ ଥିଲେ ଜଣେ ଛାତ୍ରୀକୁ ଧକ୍କା ଦେଇ ଅନ୍ୟ ଜଣେ ଛାତ୍ରୀଙ୍କୁ ଅପହରଣ କରି ନେଇ ଫେରାର ହୋଇଯାଇଛନ୍ତି ୩ ଯୁବକ । ପୋଲିସ ପିଛା କରିବା ସହ ସିସିଟିଭି ଚେକ କରୁଛି । ଯୁବତୀ ଜଣଙ୍କ ଯୁକ୍ତ ଦୁଇ କଳା ଶେଷ ବର୍ଷରେ ପଢ଼ନ୍ତି ବୋଲି ଜଣାପଡ଼ିଛି ।
କେନ୍ଦ୍ରାପଡ଼ା ପାଟକୁରା ଅଞ୍ଚଳରେ କଲେଜ ଛାତ୍ରୀଙ୍କୁ ଅପହରଣ କଲେ ୩ ଦୁର୍ବୃତ୍ତ ।












Leave a Reply