ରାଜଧାନୀରେ ଭିର୍ଭତ୍ସ ହତ୍ୟାକାଣ୍ଡ; ଛୁରି ଭୁସି ୟୁଟ୍ୟୁବ ବ୍ଲଗରଙ୍କୁ ହାଣି ହତ୍ୟା କରିଥିବା ସୂଚନା ।

ଅକ୍ଷର ବ୍ୟୁରୋ: ରାଜଧାନୀରେ ଭିର୍ଭତ୍ସ ହତ୍ୟାକାଣ୍ଡ। ୟୁଟ୍ୟୁବ ବ୍ଲଗରଙ୍କୁ ହାଣି ହାଣି ହତ୍ୟା। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଘଟିଛି ହତ୍ୟାକାଣ୍ଡ। ମୃତକ ଜଣକ ହେଲେ ରାହୁଲ ମହାରଣା। ଶନିବାର ରାତି ପ୍ରାୟ ୧୧ଟା ୧୫ରେ ୪ରୁ ୫ ଜଣ ରାହୁଲଙ୍କୁ ଛୁରି ଭୁସି ହତ୍ୟା କରିଥିବା ଜଣାପଡ଼ିଛି। ସଂପୃକ୍ତ ଯୁବକଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତୁରନ୍ତ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ ନିଆ ଯାଇଥିଲା। ପରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ସ୍ଥାନନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏ ଘଟଣା ସଂପୃକ୍ତ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ସୂଚନା ଅନୁସାରେ, ରାହୁଲ୍‌ ଅକ୍ସିଜେନ୍‌ ସିଲିଣ୍ଡର୍‌ କାରବାର କରନ୍ତି। ଏହାଛଡ଼ା ସେ ଜଣେ ୟୁଟୁବ୍‌ ବ୍ଲଗର୍‌ ଭାବେ ପରିଚିତ। ଗତ ଦୁଇମାସ ତଳେ ରାହୁଲଙ୍କର ବିବାହ ହୋଇଥିଲା। ପ୍ରାଥମିକ ଅନୁସନ୍ଧାନ ପରେ ପୁଲିସ କହିଛି, ଗତ ପ୍ରାୟ ଦୁଇମାସ ପୂର୍ବରୁ ରାହୁଲଙ୍କର ଏକ ବିହାରୀ ଗୋଷ୍ଠୀ ସହ କୌଣସି କାରଣରୁ ବିବାଦ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଥାନାକୁ ଯାଇଥିଲା। ଥାନାରେ ଉଭୟ ପକ୍ଷଙ୍କୁ ଡକାଇ ପୁଲିସ ବିବାଦର ଆପୋସ ସମାଧାନ କରିଥିଲା। କିନ୍ତୁ ତା’ପରଠାରୁ ରାହୁଲଙ୍କ ସହ ବିହାରୀ ଗୋଷ୍ଠୀର ଛକାପଞ୍ଝା ଲାଗିରହିଥିଲା।

ଶନିବାର ସକାଳେ ବିହାରୀ ଗୋଷ୍ଠୀର କିଛି ଯୁବକଙ୍କ ସହ ରାହୁଲଙ୍କର ପୁଣି ବଚସା ହୋଇଥିଲା। ଏହାପରେ ବିହାରୀ ଗୋଷ୍ଠୀର କିଛି ଯୁବକ ସନ୍ଧ୍ୟାରେ ମଦ ପିଇ ରାହୁଲଙ୍କୁ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ରାହୁଲ ତାଙ୍କର ସାଙ୍ଗଙ୍କ ସହ ପଡ଼ିଆରେ ବସିଥିବା ବେଳେ ଖଣ୍ଡା, ଛୁରି ଧରି ବିହାରୀ ଗୋଷ୍ଠୀ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଦେଇଥିଲେ। ରାହୁଲ୍‌ ଜୀବନ ବଞ୍ଚାଇବାକୁ ଦୌଡ଼ିବାରୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ଓ ଛୁରି ଭୁସି ହତ୍ୟା କରିଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)