କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆସନ୍ତା ୪ରେ ବରଗଡ଼ ଗସ୍ତ, ପ୍ରସ୍ତୁତି ଜୋରଦାର

ବରଗଡ଼ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆସନ୍ତା ୪ ତାରିଖରେ ବରଗଡ଼ ଗସ୍ତ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନିକସ୍ତରରେ ପ୍ରସ୍ତୁତି ଜୋରଦାର ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବେ ଶାହସେଠାରୁ ସଡ଼କ ପଥରେ ଯିବେ ବରଗଡ଼ ଏନେଇ ସୂଚନା ଦେଇଛନ୍ତି ଲୋକସଭା ସାଂସଦ ପ୍ରଦୀପ ପୁରୋହିତଅମିତ ଶାହ ଭଟଲି ନିର୍ବାଚନମଣ୍ଡଳୀ ବାଉଲସିଙ୍ଗାଠାରେ ୧୭ ଶହ ୭୫ କୋଟି ଟଙ୍କାରେ ନିର୍ମାଣ ଇଥାନାଲ ପ୍ଲାଣ୍ଟକୁ ଆନୁଷ୍ଠାନିକ ଭାବେ କରିବେ ଉଦଘାଟନ

1G , 2G ଇଥାନାଲ ପ୍ଲାଣ୍ଟ ହେବା ଦ୍ବାରା ବରଗଡ଼ ଜିଲ୍ଲା ସମେତ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ସହ ଚାଷୀ ହେବେ ଉପକୃତ ଭଟଲି ବିଧାୟକ ଇରାଷିଶ ଆଚାର୍ଯ୍ୟ କହିଛନ୍ତି ଯେ ବରଗଡ଼ ଜିଲ୍ଲାର ୭୭ ପ୍ରତିଶତ ଏବଂ ରାଜ୍ୟର ୮୦ ପ୍ରତିଶତ ବେକାରୀ ଯୁବକ ଯୁବତୀ ଆତ୍ମନିର୍ଭରଶୀଳ ହୋଇପାରିବେ ଅନ୍ୟପଟେ ଶାହଙ୍କ କାର୍ଯ୍ୟକ୍ରମକୁ ସଫଳ ପାଇଁ ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି। ଇଥାନାଲ ପ୍ଲାଣ୍ଟ ସମ୍ମିଳନୀ କକ୍ଷଠାରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲଙ୍କ ଅଧ୍ୟକ୍ଷତାରେ ପ୍ଲାଣ୍ଟ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ବସିଛି ଘନ ଘନ ବୈଠକ । ସମ୍ବଲପୁର ଆଇଜି ହିମାଂଶୁ ଲାଲଙ୍କ ସହ ସୋନପୁର ଏସପି ନାରାୟଣ ନାୟକ, ବରଗଡ଼ ଏସପି ରବୀନ୍ଦ୍ରନାଥ ଶତପଥୀ କ୍ଷେତ୍ର ପରିଦର୍ଶନ କରିଛନ୍ତି ।  ସଭା ସ୍ଥଳ ପରଖିଛନ୍ତି ଆଇଜି ହିମାଂଶୁ ଲାଲ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial