ଅକ୍ଷର ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଖଲ୍ଲିକୋଟ ରାଣୀ ସାହେବl ସ୍ୱର୍ଗତl ଭି.ସୁଜ୍ଞାନ ଦେଓ ଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଖଲ୍ଲିକୋଟ ବଙ୍ଗଳା ଠାରେ ପାଲିତ ହୋଇଯାଇଅଛି| ଦଶ ଥର ବିଧାନ ସଭା କୁ ନିର୍ବାଚିତ ହୋଇଥିବା ସୁଜ୍ଞାନ ଦେଓ ଙ୍କ ଜୀବନ ବ୍ୟାପି ରାଜ୍ୟ ତଥା ସମାଜ ପ୍ରତି ଅବଦାନ କୁ ମନେ ପକାଇ ଆମନ୍ତ୍ରିତ ବହୁ ମାନ୍ୟ ଗନ୍ୟ ଅତିଥି ଭାବ ବିହୋଳ ହୋଇଥିଲେ| ଦଳ ଗତ ନିର୍ବିଶେଷେ ରେ ସମସ୍ତ ରାଜନୈତିକ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ରାଣୀ ମା ଙ୍କ ଫୋଟୋ ରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଥିଲେ| ଏହି ଅବସର ରେ ରାଣୀ ମାଆ ଙ୍କ ବଙ୍ଗଳା ଠାରେ ଏକ ସ୍ମୃତି ଚାରଣ ସଭା ର ଆୟୋଜନ କରାଯାଇ ଥିଲା | ଆମନ୍ତ୍ରିତ ଅତିଥି ମାନେ ରାଣୀ ମା ଙ୍କ ସେମାନଙ୍କ ପ୍ରତି ରହିଥିବା ସାହାଯ୍ୟ, ସହାନୁଭୂତି, ଭଲ ପାଇବା,ସଚ୍ଚୋଟତା ଓ ସର୍ବୋପରି ଗଠନ ମୂଳକ ଚିନ୍ତାଧାରାକୁ ଆଲୋଚନା କରିଥିଲେ|ଏହି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ କାର୍ଯକ୍ରମ ରେ କବିସୂର୍ଯ୍ୟ ନଗର,ପୁରୁଷୋତ୍ତମ ପୁର, ବେଗୁନିଆ ପଡ଼ା , କୋଦଳା ସମେତ ଖଲ୍ଲିକୋଟ ଅଞ୍ଚଳ ର ପାଞ୍ଚ ହାଜର ରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା| ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୋଖ, ସଞ୍ଜୟ ଦାସ ବର୍ମା, ଶ୍ରୀକାନ୍ତ ସାହୁ ସମେତ ପୂର୍ବତନ ପୂର୍ବତନ ବାହୁ ମାନ୍ୟ ଗଣ୍ୟ ବିଜେଡି ନେତା ତଥା ରମେଶ ଚନ୍ଦ୍ର ଚାୟୁ ପଟନାୟକ, ବୁବାସ ବେହେରା, ସୂର୍ଯ୍ୟମଣି ବୈଦ୍ୟ, ଭୁଗୁ ବକ୍ସି ପାତ୍ର , ପ୍ରଦୀପ ଅମାତ ,ଟୁକୁନି ସାହୁ, ଚନ୍ଦ୍ର ଶେଖର ସାହୁ, ବିକ୍ରମ ପଣ୍ଡା ଙ୍କ ସମେତ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଉପସ୍ଥିତ ରହି ନିଜର ବକ୍ତବ୍ୟ ରେ ରାଣୀ ମାଆ ଙ୍କ ତାଙ୍କ ପ୍ରତି ରହିଥିବା ସାହାଯ୍ୟ ସହାନୁଭୂତି ସେ କେବେ ଭୁଲି ପାରିବେନି ବୋଲି କହିଥିଲେ| ଏହି ଦିବସ ରେ ପୂର୍ବତନ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନିମନ୍ତ୍ରଣ ରକ୍ଷା କରି କୌଣସି ଅନୀବାର୍ଯ୍ୟ କାରଣ ବଶତଃ ନ ଆସି ପାରିଥିବା ହେତୁ ଏକ ଶ୍ରଦ୍ଧାଞ୍ଜଳି ପତ୍ର ପଠାଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି | ଶେଷରେ ସମସ୍ତ ଅତିଥି ପ୍ରସାଦ ସେବନ କରି ଫେରିଥିଲେ|
ଖଲ୍ଲିକୋଟ ରାଣୀ ମା’ଙ୍କ ପ୍ରଥମ ସ୍ମରଣୀୟ ଦିବସ ପାଳିତ












Leave a Reply