ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ୮୦ତମ ପ୍ରତିଷ୍ଠା ଦିବସ

ଉମରକୋଟ: ଉମରକୋଟ ରେ ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ର ୮୦ତମ ପ୍ରତିଷ୍ଠା ଦିବସ ଜିଲ୍ଲା ଶିକ୍ଷକ ସଂଘର ଆୟୋଜନ ରେ ଉମରକୋଟ ଅବସରପ୍ରାପ୍ତ କର୍ମଚାରୀ ଭବନ ରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ପତାକା ଉତ୍ତୋଳନ କରାଯାଇଥିଲା ଏବଂ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା। ଶ୍ରୀ ସନତ କୁମାର ପ୍ରହରାଜ,ଫେଡ୍ରେସନ୍ ର ଜିଲ୍ଲା ସଭାପତି କାର୍ଯ୍ୟ ପରିଚାଳନା କରିଥିଲେ । ଏହି ମଞ୍ଚରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଝରିଗାଁ ବିଧାୟକ ଶ୍ରୀ ନରସିଂହ ଭତରା, ମୁଖ୍ୟବକ୍ତା ଭାବେ ନବରଙ୍ଗପୁର ର ପୂର୍ବତନ ସାଂସଦ ଶ୍ରୀ ପର୍ଶୁରାମ ମାଝୀ, ସମ୍ମାନିତ ଅତିଥି ଭାବେ ଶ୍ରୀ ରମେଶ ଚନ୍ଦ୍ର ସାହୁ, ବିଜେପି ରାଜ୍ୟ ସମ୍ପାଦକ, ଉମରକୋଟ ସାଂସଦ ପ୍ରତିନିଧି, ବରେଣ୍ୟ ଅତିଥି ଭାବେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ର ରାଜ୍ୟ ସଭାପତି ଶ୍ରୀ ରମଣୀ ରଞ୍ଜନ ତ୍ରୀପାଠୀ, ସମ୍ମାନିତ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ମାର୍କଣ୍ଡ ବେବର୍ତ୍ତା ଯୋଗ ଦେଇଥିଲେ।
ଛାତ୍ରଛାତ୍ରୀ ମାନଙ୍କୁ କିିପରି ଭାବେ ସଠିକ ମାର୍ଗରେ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ସମାଜର ଏକ ବଡ଼ ସଫଳ ନାଗରିକ ଭାବେ ଗଢ଼ି ତୋଳିବେ ସେ ବିଷୟରେ ଶିକ୍ଷକ ତଥା ମୁଖ୍ୟ ବକ୍ତା, ମୁଖ୍ୟ ଅତିଥି ମାନେ ଉପସ୍ଥାପନ କରିଥିଲେ । ବକ୍ତା ମାନଙ୍କ କହିବାନୁଯାୟୀ ଶିକ୍ଷକ ମାନଙ୍କୁ ବିଗତ ଦିନରେ ସରକାର ଅନେକ ପ୍ରତିଶୃତି ଦେଇ ପ୍ରତାରଣା କରିଛନ୍ତି ଏଣୁ ଏ ସରକାର ସେ ଭୁଲ୍ ରୁ ବାଦ୍ ପଡି ସମାଜ ଗଠନରେ ସକ୍ରିୟ ଭୂମିକା ଅବଲମ୍ବନ କରୁଥିବା ଶିକ୍ଷକ ମାନଙ୍କୁ ସହାୟତା କରନ୍ତୁ ବୋଲି ସମସ୍ତେ ମତ ରଖିଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)