ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେନ୍ଦ୍ରାପଡ଼ାରେ ବର୍ବରକାଣ୍ଡ , ମହିଳାଙ୍କୁ ଅର୍ଦ୍ଧନଗ୍ନ କରି ବାଡ଼େଇଲେ ୱାର୍ଡସଭ୍ୟ

କେନ୍ଦ୍ରାପଡ଼ା : ସୀମା ଟପିଲା ବର୍ବରତା | ମହିଳାଙ୍କ ତଣ୍ଟି ଉପରେ ଚଢ଼ିଗଲେ ୱାର୍ଡସଭ୍ୟ | ଅର୍ଦ୍ଧନଗ୍ନ କରି ରାସ୍ତାରେ ଘୋଷାଡ଼ିଲେ | ଏପରି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ବ୍ଲକ କପିଳେଶ୍ୱର ପଞ୍ଚାୟତର ସମଲସାହିରେ | ସରସ୍ବତୀ ପୂଜା ଦିନ ଡିଜେ ବଜାଇବାକୁ ନେଇ ୱାର୍ଡସଭ୍ୟ ରଞ୍ଜନ ସ୍ୱାଇଁ ଓ ବିଜୟ ଦାସଙ୍କ ପରିବାର ମାନ୍ଧାରେ ଝଗଡ଼ା ହୋଇଥିଲା | ଏହାକୁ ନେଇ ଉଭୟ ପକ୍ଷ ଥାନାରେ ଏତଲା ଦେଇଥିଲେ | ଗତକାଲି ଏହାର ଅପୋସ ସମାଧାନ ହେବାର ଥିଲା | କିନ୍ତୁ ବିବାଦ ସମାଧାନ ହେବ ପୂର୍ବରୁ ଦୁଇ ପକ୍ଷ ମଧ୍ୟରେ ଝଗଡ଼ା ହୋଇଥିଲା ବିଜୟ ବୋହୁଙ୍କୁ ୱାର୍ଡସଭ୍ୟ ରଞ୍ଜନ ସ୍ୱାଇଁ ଓ ନରହରି ସ୍ୱାଇଁ ଘୋଷାଡ଼ି ଆଣି ମାଡ଼ ମାରିଥିଲେ | ଏବଂ ଏହା ସହ ତଣ୍ଟି ଉପରେ ଚଢ଼ିଯାଇଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି | ଏନେଇ ଥାନାରେ ଅଭିଯାଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)