ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା

ଭଦ୍ରକ: ଭଦ୍ରକ ଜିଲ୍ଲା ପୁରୁଣା ବଜ଼ାର ଥାନା ଅଧୀନ ନୟାନଗର ଗାଁରେ ବାଘ ଆତଙ୍କ। ବାଘ ବୁଲୁଥିବା ଏକ ଭିଡିଓ ଭାଇରାଲ ହେଉଛି। ତେବେ ଭିଡିଓ ଭାଇରାଲ ହେବା ପରେ ଘଟଣାସ୍ଥଳରେ ପୁରୁଣା ବଜାର ପୋଲିସ ସହ ବନ ବିଭାଗ ପହଞ୍ଚି ଖୋଜା ଖୋଜି କରୁଛି। ବନ ବିଭାଗ ଏହା ଏକ ଫିସିଂ କ୍ୟାଟ ବୋଲି ସନ୍ଦେହ କରୁଥିବା ବେଳେ ସ୍ଥାନୀୟ ଲୋକ ବାଘ ବୋଲି କହୁଛନ୍ତି ।
ଲୋକ ଭୟଭୀତ ନ ହେବା ପାଇଁ ବନ ବିଭାଗ ସୂଚନା ଦେଇଥିବା ବେଳେ କିନ୍ତୁ ବାଘ ବୁଲୁଥିବା ଏହି ଭାଇରାଲ ଭିଡିଓଟି ସେହି ଅଞ୍ଚଳର କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ସେମିତି କିଛି ଜନ୍ତୁ ଦେଖା ହେଲେ ବନ ବିଭାଗକୁ ସୂଚନା ଦେବା ପାଇଁ କୁହାଯାଇଛି ।
ଭାଇରାଲ ଭିଡିଓରେ ଦେଖା ଯାଉଥିବା ଜନ୍ତୁ ଫିଶିଂ କ୍ୟାଟ୍ ହୋଇଥିବା ନେଇ ବନ ବିଭାଗ ସନ୍ଦେହ କରୁଛି। ତେବେ ପୂର୍ବରୁ ମଧ୍ୟ ସମାନ ଜନ୍ତୁ ତିହିଡି ଅଞ୍ଚଳରେ ଠାବ ହୋଇଥିବା ସୂଚନା ମିଳିଛି।















Leave a Reply