ହାଇୱାକୁ ପିଟିଲା ବିଏମଡବ୍ଲୁ କାର, ଛତୁ ହେଲା ବିଏମଡବ୍ଲୁ ୨ ମୃତ

ହାଇୱାକୁ ପିଟିଲା ବିଏମଡବ୍ଲୁ କାର, ଭବାନୀପାଟଣା ବାଇପାସ ରାସ୍ତାରେ ଦୁର୍ଘଟଣାରେ ଛତୁ ହେଲା ବିଏମଡବ୍ଲୁ ୨ ମୃତ

BMW crashes into truck on Bhawanipatna bypass road; 2 dead Photograph: (Akhyara odisha .in)

ଅକ୍ଷର ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାଇପାସ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛିଏକ ମର୍ମାନ୍ତ  ସଡ଼କ ଦୁର୍ଘଟଣା| ବିଏମଡବ୍ଲୁ କାରଟି ଏକ ହାଇୱାକୁ ପଛ ପଟୁ ଧକ୍କା ଦେବାରୁ ୨ ଜଣକର ମୃତ୍ୟୁ ହୋଇଛି।

୨ ମୃତ ବ୍ୟକ୍ତିଙ୍କ ପରିଚୟ ଜନପଡି ନାହିଁ

ବର୍ତ୍ତମାନ ସୁଦ୍ଧା ମଧ୍ୟ ୨ ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡି ନାହିଁ। କାରଟି ହରିୟାଣା ରାଜ୍ୟର ନମ୍ବର ବୋଲି ଜଣାପଡିଛି କାରର ନଂ (ଏଚ ଆର ୨୬ ସି ବି ୫୩୮୪) । ସେହିପରି ହାଇୱା ନଂ (ଓଡ଼ି ୧୮ ଜି ୪୯୩୨) ରହିଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ କାରଟି ସମ୍ପୂର୍ଣ ଚୁରମାର ହୋଇଯାଇଛି | ଅନ୍ୟପଟେ, ଭବାନିପାଟଣା ସଦର ଥାନା ପୋଲିସି ଘଟଣା ସ୍ତଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ମୃତ୍ୟୁ ବ୍ୟକ୍ତି ହେଲେ ବଲାଙ୍ଗୀରି ଜିଲ୍ଲା ଟିଟିଲାଗଡର ପିଣ୍ଟୁ ବାଗ ଓ ଧର୍ମଗଡ଼ ଅଞ୍ଚଳର ଗୌତମ ନାଏକ ।  

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)