ରାଉରକେଲାରୁ ୧୪ ବର୍ଷୀୟା ନାବାଳିକାଙ୍କୁ କାରରେ ଅପହରଣ, ଦେବଗଡ଼ରେ ଦୁଷ୍କର୍ମ ଅଭିଯୋଗ; ଜଣେ ଅଟକ

ଅକ୍ଷର ବ୍ୟୁରୋ: ରାଉରକେଲାରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ କାରରେ ଅପହରଣ କରି ଦେବଗଡ଼ରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ସେକ୍ଟର-୩ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ, ରାଉରକେଲା ସେକ୍ଟର-୩ ଥାନା ଅଞ୍ଚଳରୁ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ କାରରେ ଅପହରଣ କରାଯାଇଥିଲା। ପରେ ତାଙ୍କୁ ଦେବଗଡ଼କୁ ନେଇ ୩ ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ସେକ୍ଟର-୩ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ମାମଲାରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ମଧ୍ୟ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)