ଅକ୍ଷର ବ୍ୟୁରୋ: କଟକ ଜିଲ୍ଲା ବାଙ୍କୀ ଡମପଡ଼ା ବ୍ଲକ୍ ଉପର ପାଥପୁର ଅଞ୍ଚଳରୁ ଉଦ୍ଧାର ହୋଇଛି ପ୍ରାୟ ୧୬ ଫୁଟ୍ ଲମ୍ବର ବିରାଟକାୟ ଅଜଗର। ଏକ ଜାଲରେ ଅଜଗରଟି ଫସିଥିବା ଦେଖିବା ପରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଜଗରଟିକୁ ସୁରକ୍ଷିତ ଭାବେ ଜାଲରୁ ଉଦ୍ଧାର କରିଥିଲେ।
ଉଦ୍ଧାର ସମୟରେ ସାପଟିର କୌଣସି ବଡ଼ କ୍ଷତି ହୋଇନଥିବା ଜଣାପଡ଼ିଛି। ପରେ ବନ ବିଭାଗ ପକ୍ଷରୁ ଅଜଗରଟିକୁ ନିକଟସ୍ଥ ଜଙ୍ଗଲକୁ ନେଇ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଛି।ବର୍ଷା ଋତୁରେ ଖାଦ୍ୟ ଓ ଆଶ୍ରୟ ଖୋଜି ସାପ ସମେତ ବିଭିନ୍ନ ବନ୍ୟଜନ୍ତୁ ଜନବସତି ନିକଟକୁ ଚାଲି ଆସିବାର ସମ୍ଭାବନା ରହିଥାଏ। ତେଣୁ ଏଭଳି ବନ୍ୟଜନ୍ତୁ କିମ୍ବା ସାପ ଦେଖିଲେ ନିଜେ ଧରିବାକୁ ଚେଷ୍ଟା ନକରି ତୁରନ୍ତ ବନ ବିଭାଗକୁ ଖବର ଦେବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।













Leave a Reply