ଅକ୍ଷର ବ୍ୟୁରୋ: ରାଜ୍ୟରେ ଜନଗଣନା ୨୦୨୬-୨୭କୁ ନେଇ ଆସିଲା ବଡ଼ ଅପଡେଟ୍ । ପ୍ରଥମ ଦିନରେ ସ୍ଵଜନଗଣନାରେ ସାମିଲ ହୋଇଛନ୍ତି ୧୭ହଜାର ଲୋକ । ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ଏହି ସୂଚନା ଦେବା ସହ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ପଦ୍ଧତିରେ ଚାଲିଥିବା ସ୍ପଷ୍ଟ କରିଛନ୍ତି । ସେ ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କରିଛନ୍ତି ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ରାଜ୍ୟରେ କେମିତି ଜନଗଣନା ଚାଲିଛି ସେନେଇ ବୈଠକ ଡାକି ଆଲୋଚନା କରିଛନ୍ତି । ଜନଗଣନା ସମନ୍ୱୟ କମିଟିର ଦ୍ଵିତୀୟ ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ ଓ ଉନ୍ନୟନ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ । ଆତ୍ମ ଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ଉଭୟ ମୁଖ୍ୟ ଶାସନ ସଚିବ ଓ ଜନ ଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ।
ଏପ୍ରିଲ ୧ରୁ ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ ଡିଜିଟାଲ ମାଧ୍ୟମରେ ନିଜେ ନିଜେ ଜନଗଣନା କରିପାରିବେ ଜନତା । ଜଣଗଣନାରେ ତଥ୍ୟ ଗୋପନୀୟ ରହିବ । ଜନଗଣନା ପାଇଁ ସରକାର ୩୩ଟି ପ୍ରଶ୍ନ ତିଆରି କରିଛନ୍ତି । ଘର, ପରିବାର, ପରିବାରର ମୁଖ୍ୟ, ଗାଡି, ଜମିବାଡ଼ି, LPG ପ୍ରମୁଖ ତଥ୍ୟ ସରକାରଙ୍କୁ ଦିଆଯିବ । ଜାତିଗତ ତଥ୍ୟକୁ ମଧ୍ୟ ଜନଗଣନାରେ ସାମିଲ କରାଯାଇଛି । ୧୫ ଦିନ ଯାଏଁ ଡିଜିଟାଲ୍ ମାଧ୍ୟମରେ ଜନଗଣନା ହେବ, ୧୬ ତାରିଖ ଠାରୁ ଅଧିକାରୀମାନେ ଘରକୁ ଘର ଯାଇ ଜନଗଣନା କରିବେ ।












Leave a Reply