ଚଳିତ ବର୍ଷ ଚିଲିକାରେ ଲକ୍ଷାଧିକ ବିଦେଶୀ ପକ୍ଷୀଙ୍କୁ ସୁରକ୍ଷା ଦେବେ ଚିଲିକା ବନଖଣ୍ଡ ବିଭାଗର ୨୧ଟି ଟିମ୍ ।

ଅକ୍ଷର ବ୍ୟୁରୋ: ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ । ଚଳିତ ବର୍ଷ ଚିଲିକାରେ ଲକ୍ଷାଧିକ ବିଦେଶୀ ପକ୍ଷୀମାନଙ୍କ ସମାଗମ ହେବ ବୋଲି ଲକ୍ଷ ରଖିଛି ବନ ବିଭାଗ । ଏହାକୁ ଆଖି ଆଗରେ ରଖି ସୁରକ୍ଷାକୁ କଡାକଡି କରିଛି ବନ ବିଭାଗ । ଚିଲିକା ବନଖଣ୍ଡ ବନାଞ୍ଚଳ ବାଲୁଗାଁ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ରେଞ୍ଜରେ ପକ୍ଷୀ ସୁରକ୍ଷା ପାଇଁ ୨୧ଟି ଟିମ୍ ଗଠିତ କରାଯାଇଛି । ଟାଙ୍ଗୀ-୧୧, ରମ୍ଭା-୨, ବାଲୁଗାଁ-୪, ନୂଆପଡା-୨, ସାତପଡା-୨ ସହିତ ଲ୍ୟାଣ୍ଡ ମୋବାଇଲ ଟିମ୍‌ ସୁରକ୍ଷା ଦିଗରେ ସମଗ୍ର ଚିଲିକାରେ ଘୁରି ବୁଲିବେ । ସେଥିପାଇଁ ଚିଲିକାରେ ପ୍ରସ୍ତୁତ ହୋଇ ରହିଛି ବନ ବିଭାଗ । ପକ୍ଷୀ ସୁରକ୍ଷା ଦିଗରେ ତିଖ୍ନ ନଜର ରଖିଛି ବନ ବିଭାଗ । ବିଦେଶରୁ ଚିଲିକା ମୁହାଁ ଏବେ ବିଦେଶାଗତ ପକ୍ଷୀ । ଶୀତ ଋତୁର ଆଗମନରେ ବର୍ତ୍ତମାନ ଚିଲିକା ଉପରେ ପକ୍ଷୀମାନେ ଘୁରି ବୁଲୁଥିବା ଦେଖିବାକୁ ମିଲିଛି । ଅକ୍ଟୋବର ମାସରେ ହିଁ ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀମାନ ଦେଖିବାକୁ ମିଳିଥାନ୍ତି । କିପରି ଚଳିତ ବର୍ଷ ଚିଲିକାରେ ବିଦେଶାଗତ ପକ୍ଷୀମାନଙ୍କୁ ସୁରକ୍ଷା ଦିଆଯିବ ସେ ନେଇ ବନ ବିଭାଗର ତତ୍ପରତା ଦେଖାଦେଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)