ଭୁବନେଶ୍ୱର ବିମାନବନ୍ଦରୁ ୨ଟି ବିମାନର ଉଡ଼ାଣ ବାତିଲ; ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଉଡାଣ ବାତିଲ୍ ।

ଭୁବନେଶ୍ୱର ବିମାନବନ୍ଦରୁ ୨ଟି ବିମାନର ଉଡ଼ାଣ ବାତିଲ । ଭୁବନେଶ୍ୱରରୁ ହିଣ୍ଡନ ଗାଜିଆବାଦ ବିମାନ ଉଡ଼ାଣ ବାତିଲ । ପଶ୍ଚିମ ପ୍ରାନ୍ତଙ୍କୁ ଉଡ଼ାଣ କଟକଣା ଥିବାରୁ ବାତିଲ କହିଲେ ନିର୍ଦ୍ଦେଶକ । ସେହିପରି ଭୁବନେଶ୍ୱର ପାଟ୍‌ନା ଦେଇ ଚଣ୍ଡିଗଡ଼ ଯାଉଥିବା ବିମାନ ବି ବାତିଲ । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ଶୀର୍ଷରେ ପହଞ୍ଚିଛି। ସେଥିପାଇଁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କେତେକ ବିମାନ ବନ୍ଦର ସହ ବିମାନ ଉଡାଣ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି।

ବୁଧବାର ଭୋର ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଅବସ୍ଥାନଗୁଡ଼ିକ ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଛି। ଏହି ଅପରେସନ, ଯାହାକୁ ‘ଅପରେସନ ସିନ୍ଦୂର’ ନାମ ଦିଆଯାଇଛି। ଏପ୍ରିଲ ୨୨ରେ ଜାମ୍ମୁ ଓ କଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଭାବେ କରାଯାଇଛି ଏହି ଅପରେସନ। ତେବେ ସବୁକିଛି ଠିକ୍ ନହେବା ଯାଏଁ ଏହି ନିୟମ ଲାଗୁ ହେବ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)