ଅକ୍ଷର ବ୍ୟୁରୋ: ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ମିଳିଲା ୫ କେଜି ଗ୍ୟାସ । ଗତ ବୁଧବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କରିଥିବା ଘୋଷଣା ମୁତାବକ ଯେ କୌଣସି ଲୋକ ନିଜର ପରିଚୟ ପତ୍ର ଦେଖାଇ ୧୫୭୩ ଟଙ୍କା ଦେଇ ଏହି ସିଲିଣ୍ଡର ନେଇପାରିବେ । ବର୍ତ୍ତମାନ ଇଣ୍ଡିଆନ ଅଏଲର ସମସ୍ତ ପେଟ୍ରୋଲ ପମ୍ପରେ ଏହା ଉପଲବ୍ଧ ଅଛି । ସହରରେ ରହୁଥିବା ଛାତ୍ରଛାତ୍ରୀ ଓ ଶ୍ରମିକଙ୍କ ପାଇଁ ଏହା ବେଶ ସହାୟକ ହେବ । ଏଥିସହ ୫୯୩ ଟଙ୍କା ଦେଇ ପୁନର୍ବାର ରିଫିଲ୍ କରିପାରିବେ । ତେବେ ସିଲିଣ୍ଡର ନ ମିଳିବା କାରଣରୁ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ୁଥିବା ବେଳେ ଶ୍ରମିକମାନେ ରାଜଧାନୀ ଛାଡ଼ି ପଶ୍ଚିମବଙ୍ଗକୁ ଫେରି ଯାଇଥିଲେ । ଏବେ ଏହି ସିଲିଣ୍ଡର ମିଳିବା ଯୋଗୁଁ ସେମାନେ ଉପକୃତ ହୋଇପାରିବେ ।
ରାଜଧାନୀର ପେଟ୍ରୋଲ ପମ୍ପରେ ମିଳିଲା ୫ କେଜି ଗ୍ୟାସ୍ ସିଲିଣ୍ଡର; ଉପକୃତ ହେବେ ହଷ୍ଟେଲ ଛାତ୍ରଛାତ୍ରୀ ଓ ଶ୍ରମିକ ।












Leave a Reply