ବାଇକକୁ ଧକ୍କା ଦେଲା ଟ୍ରକ; ଜଣେ ମୃତ ,ଜଣେ ଗୁରୁତର

ଅକ୍ଷର ବ୍ୟୁରୋ: ବାଲେଶ୍ଵର ୧୬ ନମ୍ବର ଜାତୀୟ ରାଜପଥ ରେମୁଣା ଗୋଲେଇରୁ ସୁତେଇ ବଡ଼ଗାଁ ଶ୍ୟାମରାଇପୁର ନିଜ ଗାଁକୁ ଦୁଇ ସାଙ୍ଗ ବାଇକରେ ଫେରୁଥିବାବେଳେ ପଛପଟୁ ଏକ ଦ୍ରୁତଗତିରେ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଛି| ଦୁଇ ଜଣକୁ ଉଦ୍ଧାର କରି ରେମୁଣା ମେଡିକାଲ କଲେଜରେ ଭର୍ତ୍ତି କରିଥିବାବେଳେ ଡାକ୍ତର ଜଣକୁ ମୃତ ଘୋଷଣା କରିଛନ୍ତି ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌କୁ ଜବତ କରି ତଦନ୍ତ ଜାରି ରହିଛି ଶିଳ୍ପାଞ୍ଚଳପୁଲିସ । ଗୁରୁତରଙ୍କୁ ରେମୁଣା ମେଡିକାଲ କଲେଜ ଭର୍ତ୍ତି କରାଯାଇଥିବା ବେଳେ ୩୦ ବର୍ଷୀୟ ବିଜୟ ଦାସଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ବିଳମ୍ୱିତ ରାତିରେ ଶବକୁ ବ୍ୟବଚ୍ଛେଦ ପାଇଁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି | ଅସହାୟ ପରିବାରକୁ ଗ୍ରାମବାସୀ ଓ ପରିବାର ଲୋକ କ୍ଷତିପୂରଣ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)