ଅକ୍ଷର ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ମାନପୁରପଟଣା ଗାଁରେ ଅଘଟଣ । କୂଅ ସଫା କରୁଥିବା ବେଳେ ଶ୍ୱାସଋଦ୍ଧ ହୋଇ ଜଣେ ମୃତ ଓ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି | ମୃତାହତମାନେ ସମସ୍ତେ ଶ୍ରମିକ ବୋଲି ଜଣାପଡ଼ିଛି । ଗାଁର ସୁକାନ୍ତ ପରିଡ଼ାଙ୍କ କୂଅ ସଫାକରିବାକୁ ଆଜି ସକାଳେ ୩ ଶ୍ରମିକ ଆସିଥିଲେ । ପ୍ରଥମେ ଜଣେ ଶ୍ରମିକ କୂଅ ସଫା କରିବାକୁ ଭିତରକୁ ପଶିଥିବା ବେଳେ କିଛି ସମୟ ପରେ ସେ ଚେତାଶୂନ୍ୟ ହୋଇଯାଇଥିଲେ । ଏହା ଦେଖି ଅନ୍ୟ ଦୁଇ ଶ୍ରମିକ ତାଙ୍କୁ ଉଦ୍ଧାର ପାଇଁ କୂଅ ଭିତରେ ପଶିଥିଲେ । କିନ୍ତୁ ସେହି ଶ୍ରମିକ ଦୁହେଁ ମଧ୍ୟଚେତାଶୂନ୍ୟ ହୋଇଯାଇଥିଲେ |
ଏହା ଦେଖି ସ୍ଥାନୀୟ ବାସିନ୍ଦା ତୁରନ୍ତ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ | ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ସମ୍ପୃକ୍ତ ତିନିଜଣଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ଆଳି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଜଣେ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଅନ୍ୟ ଦୁଇ ଗୁରୁତର ଶ୍ରମିକଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି |













Leave a Reply