ଅକ୍ଷର ବ୍ୟୁରୋ: ରାଜ୍ୟରେ ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ ନିର୍ଦ୍ଦେଶ । ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ନିର୍ଦ୍ଦେଶ । ରାଜ୍ୟରେ ପ୍ରତିଷ୍ଠା ହେବ ୩ ଆୟୁର୍ବେଦ ଏଵଂ ୨ ହୋମିଓପାଥି ମେଡିକାଲ କଲେଜ । ଗଜପତି, ମାଲକାନଗିରି, ରାୟଗଡ଼ାରେ ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଓ ନୂଆପଡ଼ାରେ ଦୁଇଟି ସରକାରୀ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ହେବ । ଏନେଇ ମୁଖ୍ୟମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ ଘୋଷଣା କରିଥିଲେ । ଏଥିପାଇଁ ଏବେ ଆରମ୍ଭ ହୋଇଛି ପ୍ରକ୍ରିୟା ।
ମେଡିକାଲ କଲେଜର କାମ ଖୁବ୍ ଶୀଘ୍ର ଆରମ୍ଭ ହେବା ପାଇଁ ଆବଶ୍ୟକ ଜମି ଚିହ୍ନଟ କରିବାକୁ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜମି ଚିହ୍ନଟ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ସ୍ଥାନୀୟ ଜିଲ୍ଲାପାଳମାନଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି । ଏହାସହ ଏହି ମେଡିକାଲ କଲେଜ ନିର୍ମାଣ ପାଇଁ କେତେ ଅର୍ଥ ଖର୍ଚ୍ଚ ହେବ ତା’ର ଖର୍ଚ୍ଚ ଆକଳନ କରିବାକୁ କୁହାଯାଇଛି। ଜମି ଏବଂ ଖର୍ଚ୍ଚ ଆକଳନ ରିପୋର୍ଟ ମିଳିଲେ ଏହାକୁ ପ୍ରଶାସନିକ ଅନୁମୋଦନ ଦିଆଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।












Leave a Reply