ଅକ୍ଷର ବ୍ୟୁରୋ: ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନର ଶୂନ୍ୟକାଳରେ ବିଜୁ ଜନତା ଦଳ ପକ୍ଷରୁ ମୁଲତବୀ ନୋଟିସ୍ ଦିଆଯାଇଥିଲା । E-KYC ପରେ ସର୍ଭେ ନାଁରେ ରାସନ କାର୍ଡ କଟାଯାଉଥିବା ଏବଂ ହିତାଧିକାରୀ ହଇରାଣ ହରକତ ହେଉଥିବା ଅଭିଯୋଗରେ ମୁଲତବୀ ନୋଟିସ୍ ଦେଇଥିଲା ବିଜେଡି । ତା’ର ଉତ୍ତରରେ ସୂଚନା ଦେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ରାଜ୍ୟରେ ୯୬ ପ୍ରତିଶତ e-KYC ସରିଛି, ୮ ଲକ୍ଷରୁ ଊର୍ଦ୍ଧ୍ବଙ୍କ ରାସନ କାର୍ଡ କଟିଛି । ଗତ ୧୫ ମାସ ସରକାର e-KYC ଲାଗୁ କରିଥିଲେ । ୯୬ ପ୍ରତିଶତ e-KYC କରିଛନ୍ତି, କେବଳ ୪ ପ୍ରତିଶତ e-KYC କରି ନାହାନ୍ତି । ୬ ଲକ୍ଷ ୯୫ ହଜାର ୫୩୦ ଜଣ ମୃତ, ୮ ଲକ୍ଷରୁ ଊର୍ଦ୍ଧ୍ବଙ୍କ ରାସନ କାର୍ଡ କଟିଛି । ୭୫ ହଜାର ୩୦ ସରକାରୀ ଚାକିରିଆ, ୪୫୪୯୬ ଆଇଟି ଦାତାଙ୍କ କାର୍ଡ କଟିଛି । ସମୁଦାୟ ୮ ଲକ୍ଷ ୧୬ ହଜାର ୫୬ ଜଣଙ୍କ ରାସନ କାର୍ଡ କଟିଛି । ଗରିବଙ୍କ ରାସନ କାର୍ଡ କାଟିନି, ପୋର୍ଟାଲରେ ଆବେଦନ କଲେ ଯାଞ୍ଚ ହେବ । ଗ୍ରାମାଞ୍ଚଳରେ ୧୩ ଲକ୍ଷ ୫୦, ସହରାଞ୍ଚଳରେ ୧ ଲକ୍ଷ ୫୦ ଜଣଙ୍କୁ କାର୍ଡ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ରାଜ୍ୟରେ ୯୬ ପ୍ରତିଶତ e-KYC ସରିଛି, ୮ ଲକ୍ଷରୁ ଊର୍ଦ୍ଧ୍ୱଙ୍କ ରାସନ କାର୍ଡ କଟିଛି: ସୂଚନା ଦେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।












Leave a Reply