ଅକ୍ଷର ବ୍ୟୁରୋ: ଅଶାନ୍ତ ହେଲା ବିଜେବି କଲେଜ କ୍ୟାମ୍ପସ । ଭୁବନେଶ୍ୱର ବିଜେବି କଲେଜ ହଷ୍ଟେଲ କ୍ୟାମ୍ପସରେ ଅଶାନ୍ତି । ଫେରଓ୍ୱେଲ୍ ପାର୍ଟିରୁ ରଣକ୍ଷେତ୍ର ପାଲଟିଲା କଲେଜ କ୍ୟାମ୍ପସ । ଦୁଇ ଛାତ୍ର ଗୋଷ୍ଠୀଙ୍କ ସଂଘର୍ଷରେ ୨୫ରୁ ଅଧିକ ଆହତ ହୋଇଛନ୍ତି । ଖବର ଅନୁଯାୟୀ, ଅଶୋକ ହଷ୍ଟେଲ ଏବଂ ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଛି । ଫେୟାରୱେଲ୍ ଉତ୍ସବରେ ମ୍ୟୁଜିକ୍ ବନ୍ଦକୁ ନେଇ ଆରମ୍ଭ ହୋଇଥିବା ବିବାଦ, ପରେ ଭୟଙ୍କର ରୂପ ନେଇଥିଲା । ଉଭୟ ଛାତ୍ର ଗୋଷ୍ଠୀ ମଧ୍ୟରେ କାଚ ବୋତଲ ଏବଂ ପଥର ଫିଙ୍ଗା ଫୋପଡ଼ା ହୋଇଛି । ଦେଢ଼ ଘଣ୍ଟା ଧରି ହଷ୍ଟେଲ ପରିସରରେ ଚାଲିଥିଲା ଆକ୍ରମଣ ଓ ପ୍ରତିଆକ୍ରମଣ । ରକ୍ତ ଜୁଡୁବୁଡୁ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲେ ଛାତ୍ରମାନେ । ସ୍ଥିତି ନିୟନ୍ତ୍ରଣ ପାଇଁ ଦୁଇ ହଷ୍ଟେଲ କ୍ୟାମ୍ପସରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସକାଳ ପର୍ଯ୍ୟନ୍ତ ଅତିରିକ୍ତ ଡିସିପି, ଜୋନ୍ ଏସିପି ସମେତ ଦୁଇ ଥାନା ଅଧିକାରୀ, କର୍ମଚାରୀ ଓ ୧୦ଟି ପିସିଆର୍ ନିୟୋଜିତ ହୋଇଥିଲେ । ସ୍ଥିତି ଉପରେ ନଜର ରଖିବା ପାଇଁ ହଷ୍ଟେଲ ମଝିରେ ଅସ୍ଥାୟୀ ପୋଲିସ କ୍ୟାମ୍ପ ତିଆରି କରାଯାଇଛି ।
ଅଶାନ୍ତ ହେଲା ବିଜେବି କଲେଜ କ୍ୟାମ୍ପସ; ଦୁଇ ଛାତ୍ର ଗୋଷ୍ଠୀଙ୍କ ସଂଘର୍ଷରେ ୨୫ରୁ ଅଧିକ ଆହତ ଛାତ୍ର ।












Leave a Reply