ଅକ୍ଷର ବ୍ୟୁରୋ: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ହେଲେ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ବାସଡର । ସୁଦର୍ଶନ ପଟ୍ଟନାୟକଙ୍କୁ ବ୍ରାଣ୍ଡ୍ ଆମ୍ବାସଡର ନିଯୁକ୍ତି କରିଛନ୍ତି ନିର୍ବାଚନ କମିଶନ । ଜନଗଣନା ସଚେତନତାକୁ ଅଧିକ ପ୍ରଭାବୀ କରିବେ ବାଲୁକା ଶିଳ୍ପୀ ସୁଦର୍ଶନ । ବାଲୁକା କଳା ମଧ୍ୟରେ ଲୋକଙ୍କୁ ସଚେତନ କରିବେ ସୁଦର୍ଶନ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଦେଶରେ ପରବର୍ତ୍ତୀ ଜନଗଣନା ୨୦୨୭ ଫେବ୍ରୁ୍ଆରିରୁ ଆରମ୍ଭ ହେବାକୁ ଯାଉଛି । ଏଥିରେ ଲୋକଙ୍କ ଜାତି ଓ ସାମାଜିକ-ଆର୍ଥିକ ବିବରଣୀକୁ ମଧ୍ୟ ସାମିଲ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି । ଜନଗଣନା ୨୦୨୭ ଓ ଜାତି ଜନଗଣନା ଭାରତର ରାଜନୀତିକ ଓ ସାମାଜିକ ସଂରଚନାରେ ଏକ ଐତିହାସିକ ମୋଡ଼ ପ୍ରମାଣିତ ହୋଇପାରେ । ଏହାଦ୍ୱାରା ମହିଳା ସଶକ୍ତିକରଣ, କ୍ଷେତୀୟ ସନ୍ତୁଳନ, ସାମାଜିକ ନ୍ୟାୟ ଓ ଲୋକତାନ୍ତ୍ରିକ ପ୍ରତିନିଧିତ୍ୱର ନୂଆ ଅଧ୍ୟାୟ ଆରମ୍ଭ ହେବ ।
ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ବାସଡର ହେଲେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।












Leave a Reply