ପୁଣି SCB ମେଡିକାଲରେ ଅଗ୍ନିକାଣ୍ଡ; ସର୍ଟସର୍କିଟରୁ ନନ-ଟ୍ରମା କେୟାରରେ ନିଆଁ ।

ଅକ୍ଷର ବ୍ୟୁରୋ: ପୁଣି SCB ମେଡିକାଲରେ ଅଗ୍ନିକାଣ୍ଡ । ସର୍ଟସର୍କିଟରୁ ନନ-ଟ୍ରମା କେୟାରରେ ଏକ ଇଲେକ୍ଟ୍ରି ବୋର୍ଡ ଜଳିଯାଇଛି । କିଛି ଅଘଟଣ ଘଟିବା ପୂର୍ବରୁ ଅଗ୍ନିଶମ କର୍ମଚାରୀ ତାକୁ ଆୟତ୍ତ କରିଛନ୍ତି । ତେବେ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ SCB ମେଡିକାଲ ରୋଗୀ ଓ କର୍ମଚାରୀ । ତେବେ ଗତ ରବିବାର ରାତିରେ SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ବେଳେ ଏବେ ପୁଣି ଏଇ ଅଘଟଣ । ଟ୍ରମା କେୟାର ICUରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ସମୟରେ ଟ୍ରମା କେୟାର ଆଇସିୟୁରେ ୨୩ ରୋଗୀ ଥିଲେ ବୋଲି ଜଣାପଡ଼ିଛି । ଅଗ୍ନିକାଣ୍ଡ ପରେ ICUରେ ସାଂଘାତିକ ସ୍ଥିତି ଉପୁଜିଥିଲା । ଏସସିବି ମେଡିକାଲ ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାରେ 13 ଜଣଙ୍କର ମୃତ୍ୟୁ ଘଟିବା ପରେ ସବୁ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଧାନସଭାର ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ମୋହନ ସରକାରଙ୍କୁ ଘେରିଛନ୍ତି । ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ନୈତିକ ଆଧାରରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରିଛନ୍ତି ନବୀନ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)